ବଢୁ ସଦ୍ଭାବନା
ବଢୁ ସଦ୍ଭାବନା
ମନ୍ଦିର ଦୁଆରେ ଷଣ୍ଢ ନନ୍ଦିରାଜ
ସଜଧଜ ହୋଇ ବସିଛି
ପଛରୁ ମୁଣ୍ଡିଆ ପକାଇ ଭକତ
ଦରଶନ ଶିବ ଲଭୁଛି ।
ମଙ୍ଗଳ କାରଣେ ବାବା ଶିବଶମ୍ଭୁ
ବିଷ ହଳାହଳ ପିଇକି
ପ୍ରଭୁ ଲୋକନାଥ ଶକତି ସଂଯୋଗେ
ବର ଦେଇଥାନ୍ତି ଯାଚିକି ।
ଅଜ୍ଞାନୀ ମୁରୁଖ ପାଷାଣ୍ଡ ଦୁର୍ଜନ
ମାନୁନାହିଁ ବିଧି ବିଧାନ
ନନ୍ଦି ଶିଙ୍ଗ ଧରି କରଇ ଲଢେଇ
ଟଳମଳ ପ୍ରଭୁ ଆସ୍ଥାନ ।
ନ ହେଉ ମଣିଷ ହିଂସ୍ର ପଶୁ ପରି
ବିବେକ ସୁବୁଦ୍ଧି ବିହୀନ
ତେଜି ଲୋଭ ମୋହ ମନୁ ଅହଂକାର
ଅରଜୁ ଦିବ୍ଯତା ସୁଗୁଣ ।
ଶରଧା ଭକତି ସହନଶୀଳତା
ସହ ଅବସ୍ଥାନ ସଂସ୍ଥିତି
ବଢୁ ସମାଜରେ ମୈତ୍ରୀ ସଦ୍ଭାବନା
ସମ୍ବନ୍ଧ ସଂପ୍ରୀତି ସଂହତି ।
