STORYMIRROR

Dibakar Nayak

Tragedy Action Inspirational

4  

Dibakar Nayak

Tragedy Action Inspirational

ସବୁ ମୋ ପାଇଁ ଶିକ୍ଷା

ସବୁ ମୋ ପାଇଁ ଶିକ୍ଷା

1 min
378

ଦୁଃଖ ପରେ ଦୁଃଖ ଦେଇ କଳା ମୁଖ

କରୁଛୁ ତୁ ମୋତେ ଯେତେ ପରୀକ୍ଷା

ହାରିବିନି ମୁହିଁ ମରିବିନି ମୁହିଁ

ସବୁ ପରା ସତେ ମୋ ପାଇଁ ଶିକ୍ଷା ।


ଆଖିରେ ମୋ ଯେତେ ଲୁହ ଦେଲୁ ଜଗା

ପିଇଗଲି ଭାବି ପାଦୋକ ତୋର

ତୋ କଳା ଭାବି ମୁଁ ଖୁସିରେ ନାଚିଲି

ଦେଲୁ ମୋତେ ଯେତେ ଅନ୍ଧାର ଘୋର ।


ବନ୍ଧୁ ପରିଜନ ପର କଲେ ବୋଲି

ତୋତେ ମୁଁ କରିଲି ଜୀବନ ସଖା..

ଦୁଃଖ ପରେ ଦୁଃଖ ଦେଇ କଳା ମୁଖ

କରୁଛୁ ତୁ ମୋତେ ଯେତେ ପରୀକ୍ଷା ।


ଚାଲୁ ଚାଲୁ ମୋତେ ଝୁଣ୍ଟାଇଲୁ ଯେତେ

ତଳେ ପଡି ମୋର ଫାଟିଲା ମଥା

ଭାବିଲି ତୋତେ ମୁଁ ମୁଣ୍ଡିଆ ମାରୁଛି

କପାଳେ ଆଙ୍କି ମୁଁ ରକତ-ଚିତା ।


ତୁହି ଦେବା ଦୁଃଖ ସରଗ ସୁଖ ମୋ

ସବୁ ଅଦେଖାରେ ପାଏ ତୋ ଦେଖା..

ଦୁଃଖ ପରେ ଦୁଃଖ ଦେଇ କଳା ମୁଖ

କରୁଛୁ ତୁ ମୋତେ ଯେତେ ପରୀକ୍ଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy