ସବୁ ମୋ ପାଇଁ ଶିକ୍ଷା
ସବୁ ମୋ ପାଇଁ ଶିକ୍ଷା
ଦୁଃଖ ପରେ ଦୁଃଖ ଦେଇ କଳା ମୁଖ
କରୁଛୁ ତୁ ମୋତେ ଯେତେ ପରୀକ୍ଷା
ହାରିବିନି ମୁହିଁ ମରିବିନି ମୁହିଁ
ସବୁ ପରା ସତେ ମୋ ପାଇଁ ଶିକ୍ଷା ।
ଆଖିରେ ମୋ ଯେତେ ଲୁହ ଦେଲୁ ଜଗା
ପିଇଗଲି ଭାବି ପାଦୋକ ତୋର
ତୋ କଳା ଭାବି ମୁଁ ଖୁସିରେ ନାଚିଲି
ଦେଲୁ ମୋତେ ଯେତେ ଅନ୍ଧାର ଘୋର ।
ବନ୍ଧୁ ପରିଜନ ପର କଲେ ବୋଲି
ତୋତେ ମୁଁ କରିଲି ଜୀବନ ସଖା..
ଦୁଃଖ ପରେ ଦୁଃଖ ଦେଇ କଳା ମୁଖ
କରୁଛୁ ତୁ ମୋତେ ଯେତେ ପରୀକ୍ଷା ।
ଚାଲୁ ଚାଲୁ ମୋତେ ଝୁଣ୍ଟାଇଲୁ ଯେତେ
ତଳେ ପଡି ମୋର ଫାଟିଲା ମଥା
ଭାବିଲି ତୋତେ ମୁଁ ମୁଣ୍ଡିଆ ମାରୁଛି
କପାଳେ ଆଙ୍କି ମୁଁ ରକତ-ଚିତା ।
ତୁହି ଦେବା ଦୁଃଖ ସରଗ ସୁଖ ମୋ
ସବୁ ଅଦେଖାରେ ପାଏ ତୋ ଦେଖା..
ଦୁଃଖ ପରେ ଦୁଃଖ ଦେଇ କଳା ମୁଖ
କରୁଛୁ ତୁ ମୋତେ ଯେତେ ପରୀକ୍ଷା ।
