STORYMIRROR

Dibakar Nayak

Romance Classics Fantasy

4  

Dibakar Nayak

Romance Classics Fantasy

ସଂଯୋଗ

ସଂଯୋଗ

1 min
30

ତୁମ ମିଛ ଅଭିନୟ

ମୋ ପାଇଁ ବଢ଼ିଆ ଥିଲା

ସତ ଭାବିଥିଲି ବୋଲି

ଆଜି ତ କିମିଆଁ କଲା

ମନେମନେ ଭାବିଥିଲି

ଜଣକୁ ନିଜର ଅତି

ଜାଣିଲି ଆଉ ଜଣକୁ

ଭଲ ସେ ପାଉଛି ନିତି

ମୋ ଦେଇ ଭଲ ପାଇବା

ହେବନି ଭାବିଲି ଦିନେ

ଏ ବାଟ ମୋ ପାଇଁ ନୁହେଁ

ନୀରବିଲି ମନେ ମନେ

ସହରରେ ଅଚାନକ

ତୁମ ସହ ଧୋକା ହେଲା

କ୍ଷମା ମାଗୁ ମାଗୁ ତୁମ

ପରିଚୟ ମିଳିଗଲା

ତୁମ ମିଛ ଅଭିନୟ

ମୋ ପାଇଁ ବଢ଼ିଆ ଥିଲା

ସେ ଧୋକାରେ ଥିଲା ଏତେ

ମିଠା ମିଠା ଶିହରଣ

ନାହିଁ ସିନା କରୁଥିଲ

ବଢ଼ୁଥିଲା ଆକର୍ଷଣ

ଅଭିନୟ କରୁଥିଲ

ସବୁ ଭୁଲିଗଲା ଭଳି

ପ୍ରୀତି ଫୁଲ ଫୁଟିଗଲା

ସେଦିନ ଥିଲା ସେ କଳି

ଖୋଜି ନ ପାଇଲି ଯାହା

ନ ଖୋଜି ବି ମିଳିଥିଲା

ସେ ମନ ମଣିଷ ତୁମେ

ମୋ ଭାଗ୍ୟରେ ଲେଖା ଥିଲା

ତୁମ ମିଛ ଅଭିନୟ

ମୋ ପାଇଁ ବଢ଼ିଆ ଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance