STORYMIRROR

Dibakar Nayak

Romance Tragedy Crime

4  

Dibakar Nayak

Romance Tragedy Crime

ଭରସା ନାହିଁ

ଭରସା ନାହିଁ

1 min
314

କୋରାପୁଟିଆ ବରଷାକୁ ରେ

ଭରସା ନାହିଁ ନାହିଁ

ସେମିତି ତୋର ପ୍ରେମରେ ପଡ଼ି

ମରିବି ନିତି କାହିଁ ।


ଅଙ୍ଗାର ପାଇଁ ଜାଳେ କେ ବନ

ଜାଳିବୁ ମୋତେ ତୁହି

ଶୀତ ଛାଡ଼ିଲେ ଫେରି ଯିବୁ ତୁ

ସୁଙ୍କିରେ ମୋତେ ଥୋଇ ।


କୋଉ କୁଳର ନ ହୋଇ ଶେଷେ

କାନ୍ଦିବି କଇଁକଇଁ

କୋରାପୁଟିଆ ବରଷାକୁ ରେ

ଭରସା ନାହିଁ ନାହିଁ ।


କୋରାପୁଟରେ ଝଡି ହେଲେ ବି

ହୁଏନା କେବେ ବନ୍ୟା

ତୋ ଜାଲରେ ପଡ଼ିବି ନାହିଁ

ମୁଁ' ଜଙ୍ଗଲୀ କନ୍ୟା ।


ସହରୀ ବାବୁ କାହାଣୀ କେତେ

ଶୁଣିଛି ପରା ମୁହିଁ

କୋରାପୁଟିଆ ବରଷାକୁ ରେ

ଭରସା ନାହିଁ ନାହିଁ ।


Rate this content
Log in

Similar oriya poem from Romance