STORYMIRROR

Dibakar Nayak

Romance Fantasy

3  

Dibakar Nayak

Romance Fantasy

ପ୍ରିୟା ଆଉ ତୁମେ

ପ୍ରିୟା ଆଉ ତୁମେ

1 min
159

ତୁମେ ସୁନ୍ଦରରେ ହୋଇପାର..

        ମୋ ପ୍ରିୟାଠୁ ବେଶୀ

ହେଲେ- ପ୍ରିୟା ଭଳି ସବୁ ଦେଇ

      ମୋ ପାଖରେ ନିତି ରହି

କରି ପାରିବ କି ମୋତେ..

    ‌‌   ଷୋଳ ଅଣା ଖୁସି (୦)


ମନ-ସରୀସୃପ ଯଦି ଟେକିବ ମୋ ଫଣା

ଶାନ୍ତ କରିବା ମନ୍ତର ତୁମକୁ କି ଜଣା;

ମୋ ପ୍ରିୟା ତ ବଡ଼ ଗୁଣୀ କରିଦିଏ ବଶ

କେତେ କଉଶଳେ ପରା ଝଡ଼ାଏ ମୋ ବିଷ;

ତୁମେ ପାଠଶାଠେ ହୋଇପାର..ମୋ ପ୍ରିୟାଠୁ ବେଶୀ

ହେଲେ- ପ୍ରିୟା ଭଳି ପ୍ରୀତି ଦେଇ

      ମୋ ଦେହର ଛାଇ ହୋଇ


ବାନ୍ଧି ପାରିବ କି ମୋତେ..

          ହହତୁମ ଭାବ-ରସି..

ତୁମେ ସୁନ୍ଦରରେ ହୋଇପାର..

       ମୋ ପ୍ରିୟାଠୁ ବେଶୀ (୧)


ଭୁଲ୍ ତୁମେ ବୁଝିବନି କରିବନି ଦୁଃଖ

ନିଜ ବାଟେ ଖୋଜ ନିଜେ ପାଇଯିବ ସୁଖ;

ରାଧା ମୋର ହୁଅ ନାହିଁ ହୁଅ ନାହିଁ ଗୋପୀ

ପଦୁଅଁ ପତ୍ରେ ଜଳ ମୁଁ ଯେ ନିରୋଳା ନିହାତି;

ତୁମେ ଚାଲାକିରେ ହୋଇପାର..ମୋ ପ୍ରିୟାଠୁ ବେଶୀ


ହେଲେ- ମୋ ପ୍ରିୟା ମୋ ରସଗୋଲା

      ସ୍ନେହ ଶ୍ରଦ୍ଧା ରସ ଝରା

ସେ ହେଲେ ଘର ତୋରାଣି..

            ତୁମେ ଦହି ଲସି..

ତୁମେ ସୁନ୍ଦରରେ ହୋଇପାର..

       ମୋ ପ୍ରିୟାଠୁ ବେଶୀ (୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance