ପ୍ରିୟା ଆଉ ତୁମେ
ପ୍ରିୟା ଆଉ ତୁମେ
ତୁମେ ସୁନ୍ଦରରେ ହୋଇପାର..
ମୋ ପ୍ରିୟାଠୁ ବେଶୀ
ହେଲେ- ପ୍ରିୟା ଭଳି ସବୁ ଦେଇ
ମୋ ପାଖରେ ନିତି ରହି
କରି ପାରିବ କି ମୋତେ..
ଷୋଳ ଅଣା ଖୁସି (୦)
ମନ-ସରୀସୃପ ଯଦି ଟେକିବ ମୋ ଫଣା
ଶାନ୍ତ କରିବା ମନ୍ତର ତୁମକୁ କି ଜଣା;
ମୋ ପ୍ରିୟା ତ ବଡ଼ ଗୁଣୀ କରିଦିଏ ବଶ
କେତେ କଉଶଳେ ପରା ଝଡ଼ାଏ ମୋ ବିଷ;
ତୁମେ ପାଠଶାଠେ ହୋଇପାର..ମୋ ପ୍ରିୟାଠୁ ବେଶୀ
ହେଲେ- ପ୍ରିୟା ଭଳି ପ୍ରୀତି ଦେଇ
ମୋ ଦେହର ଛାଇ ହୋଇ
ବାନ୍ଧି ପାରିବ କି ମୋତେ..
ହହତୁମ ଭାବ-ରସି..
ତୁମେ ସୁନ୍ଦରରେ ହୋଇପାର..
ମୋ ପ୍ରିୟାଠୁ ବେଶୀ (୧)
ଭୁଲ୍ ତୁମେ ବୁଝିବନି କରିବନି ଦୁଃଖ
ନିଜ ବାଟେ ଖୋଜ ନିଜେ ପାଇଯିବ ସୁଖ;
ରାଧା ମୋର ହୁଅ ନାହିଁ ହୁଅ ନାହିଁ ଗୋପୀ
ପଦୁଅଁ ପତ୍ରେ ଜଳ ମୁଁ ଯେ ନିରୋଳା ନିହାତି;
ତୁମେ ଚାଲାକିରେ ହୋଇପାର..ମୋ ପ୍ରିୟାଠୁ ବେଶୀ
ହେଲେ- ମୋ ପ୍ରିୟା ମୋ ରସଗୋଲା
ସ୍ନେହ ଶ୍ରଦ୍ଧା ରସ ଝରା
ସେ ହେଲେ ଘର ତୋରାଣି..
ତୁମେ ଦହି ଲସି..
ତୁମେ ସୁନ୍ଦରରେ ହୋଇପାର..
ମୋ ପ୍ରିୟାଠୁ ବେଶୀ (୨)

