STORYMIRROR

Dibakar Nayak

Romance

3  

Dibakar Nayak

Romance

ପ୍ରିୟତମା

ପ୍ରିୟତମା

1 min
70

ଉଦୁଉଦୁମା ତାଳ ଗୋଟମା

ତଳ ପାହୁରାଣି ପିତଳ ଶମା

ଏମିତି କାହିଁ ନ ଥିବ ଜମା

ସରଗ ସୁନ୍ଦରୀ ମୋ ପ୍ରିୟତମା (0)


କନକ ଚମ୍ପା ଗୋରୀ ମୁହଁକୁ

ପଦୁଅଁ ପାଖୁଡା ଅଧର ସାଜେ

ନାଲିଆ ପାଟ ପିନ୍ଧି ଚାଲିଲେ

ଲୁଚିବ ସାଧବ ବୋହୂଟି ଲାଜେ


ପିତଳ ନୁହେଁ ଅସଲି ସୁନା

କୋଟିକେ ଗୋଟିଏ ମୋ ପ୍ରିୟତମା..

ଏମିତି କାହିଁ ନ ଥିବ ଜମା

ସରଗ ସୁନ୍ଦରୀ ମୋ ପ୍ରିୟତମା (1)


ଅପରୂପାକୁ ବଳିବ କିଏ 

ଗୋଟିଏ ଚାଉଁଳେ ଗଢ଼ାଟି ସିଏ

ସରଗ ଚାନ୍ଦ ଆଉ କି ଲୋଡ଼ା

ଏମିତି ରୂପସୀ ପାଇଛି ଯିଏ


ପ୍ରୀତି-ସାଗର ମହୁ-ଝରଣା

ଏମିତି ଗୁଣର ମୋ ପ୍ରିୟତମା..

ଏମିତି କାହିଁ ନ ଥିବ ଜମା

ସରଗ ସୁନ୍ଦରୀ ମୋ ପ୍ରିୟତମା (2)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance