STORYMIRROR

Dibakar Nayak

Romance Classics Fantasy

4  

Dibakar Nayak

Romance Classics Fantasy

ସୁନ୍ଦରୀ ଜହ୍ନ

ସୁନ୍ଦରୀ ଜହ୍ନ

1 min
255


ମୁହଁକୁ ତୁମ ଦେଖିଛି ତୁମ

ଦେହକୁ ଝୁରି ହେବ

ହସକୁ ତୁମ ଦେଖିଛି ଯିଏ

ନିଜକୁ ଭୁଲିଯିବ ।


ଗଭାରେ ତୁମ କଳା ବାଦଲ

ବାନ୍ଧିଛି ସତେ ବସା

ଆଖିରେ ତୁମ ଝୁମେ କି ଶହେ

ମଧୁଶାଳାର ନିଶା ।


ଅଧର ତୁମ ଦେଖିଛି ଯିଏ

ଗୋଲାପ ଭାବିନେବ

ମୁହଁକୁ ଯିଏ ଦେଖିଛି ତୁମ

ଦେହକୁ ଝୁରି ହେବ ।


ଦେହରେ ତୁମ ଗହଣା ନାହିଁ

ନାହିଁ ତ ଅଙ୍ଗରାଗ

ଏମିତି ତୁମେ ସୁନ୍ଦରୀ ଜହ୍ନ

ଯହିଁରେ ନାହିଁ ଦାଗ ।


ପରଶ ତୁମ ପାଇବ ଯିଏ

ଜୀବନ ଧନ୍ୟ ହେବ

ମୁହଁକୁ ଯିଏ ଦେଖିଛି ତୁମ

ଦେହକୁ ଝୁରି ହେବ ।


Rate this content
Log in

Similar oriya poem from Romance