STORYMIRROR

Dibakar Nayak

Romance Inspirational

3  

Dibakar Nayak

Romance Inspirational

ପାଇବାକୁ କିଛି ହାରିବାକୁ ହୁଏ

ପାଇବାକୁ କିଛି ହାରିବାକୁ ହୁଏ

1 min
23

ଏ ପଟେ ଅଛି ମୁଁ ସେପଟେ ଅଛୁ ତୁ

ମଝିରେ ଶୋଇଛି ପୁଅ

ଏତେ ପାଖେ ଥାଇ ଛୁଇଁ ମୁଁ ପାରୁନି

ଦେଖୁଛି ଖାଲି ତୋ ମୁହଁ (୦)


ପୁଅଠୁ ଟିକିଏ ଘୁଞ୍ଚିଗଲେ କାଳେ

ନିଦ ତା'ର ଭାଙ୍ଗିଯିବ

ଅଳସ ଆଖିରେ କଳସେ ସପନ

ଆଉ କିବା ଭରି ହେବ


ପୀରତି ନଈର ଦୁଇ କୂଳ ଆମେ

ମଝିରେ ମମତା ସୁଅ..

ଏ ପଟେ ଅଛି ମୁଁ ସେପଟେ ଅଛୁ ତୁ

ମଝିରେ ଶୋଇଛି ପୁଅ (୧)


ଆମ ଜୀବନର ଗୋଧୂଳି ଲଗନେ

ଏ ହେବ ଆଶାର ରବି

ଆଙ୍କିବ ଦିନେ ତ ଏ ଦେଶ ଜାତିର

ନୂତନ ଆଲୋକ ଛବି


ପାଇବାକୁ କିଛି ହାରିବାକୁ ହୁଏ

ହାରିବାରେ ଅଛି ଜୟ..

ଏ ପଟେ ଅଛି ମୁଁ ସେପଟେ ଅଛୁ ତୁ

ମଝିରେ ଶୋଇଛି ପୁଅ (୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance