STORYMIRROR

Dibakar Nayak

Romance Fantasy

3  

Dibakar Nayak

Romance Fantasy

ତୁମ ଚିଠି

ତୁମ ଚିଠି

1 min
201

ତୁମ ଲେଖା ଚିଠି ଗୋଲାପୀ ଲଫାଫା

ଗତକାଲି ମୋତେ ମିଳିଲା

ମଧୁଝରା ଲେଖା ପଢ଼ିଲା ବେଳରୁ

ମନ-ପକ୍ଷୀ ମୋର ଉଡ଼ିଲା (୦)


ଏମିତି ଲେଖିବା ଚତୁରତା ସତେ

କେବେ କାହାଠାରୁ ଶିଖିଲ

ଏତେ ଦୂରେ ରହି ମନକୁ ମୋହର

କେମିତି ଚୋରେଇ ପାରିଲ


ଜାଣ ନାହିଁ ବୋଲି ଯାହା କହୁଥିଲ

ସବୁ କଥା ଧରା ପଡ଼ିଲା..

ତୁମ ଲେଖା ଚିଠି ଗୋଲାପୀ ଲଫାଫା

ଗତକାଲି ମୋତେ ମିଳିଲା (୧)


ଖାଇବା ପିଇବା ଭୁଲିଯିବ ପଛେ

ମୋତେ ଭୁଲିବନି ଲେଖିଛ

ଏଥର ଆସିଲେ ମୋ ପାଇଁ ଆଣିବ

ଚୂଡି ଶାଢ଼ୀ କିଣି ରଖିଛ


ଛୁଟି କାଟି ତୁମେ ସଅଳ ଆସିବ

ତୁମକୁ ମୋ ରାଣ ରହିଲା..

ତୁମ ଲେଖା ଚିଠି ଗୋଲାପୀ ଲଫାଫା

ଗତକାଲି ମୋତେ ମିଳିଲା (୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance