STORYMIRROR

Dibakar Nayak

Classics Fantasy Inspirational

4  

Dibakar Nayak

Classics Fantasy Inspirational

ଜିଇଁବାର ବାଟ

ଜିଇଁବାର ବାଟ

1 min
294

ଜିଇଁବାର ବାଟ ଅନେକ ଥିଲେ ବି

ଏମିତି ଜିଇଁବା ଚାହେଁ ମୁହିଁ

ଗୀତ ଲେଖିଲେଖି ସଭିଙ୍କ ହୃଦୟ

ଯେମିତି ଯାଏ ମୁଁ ଛୁଇଁଛୁଇଁ (୦)


ଝରଣାର କୁଳୁ କୋଇଲିର କୁହୁ

ପିଲାବେଳେ ଯେବେ ଶୁଣୁଥିଲି

କେଜାଣି କେମିତି କିଛି କିଛି ଗୀତ

ଅଜାଣତେ ଲେଖି ଯାଉଥିଲି l


ଗୀତ କଥା କେବେ ନ ଭାବି ମନରେ

ଏମିତି ମୋ ପାଇଁ ଦିନ ନାହିଁ..

ଜିଇଁବାର ବାଟ ଅନେକ ଥିଲେ ବି

ଏମିତି ଜିଇଁବା ଚାହେଁ ମୁହିଁ ll(୧)


ସୁଖରେ ଦୁନିଆ ସଙ୍ଗୀତରେ ଝୁମେ

ଦୁଃଖରେ କିଏ ବା ଶୁଣେ ଗୀତ

ସେ ସୁଖ ଦୁଃଖର ଗୀତ ଲେଖି ଲେଖି

ତନୁମନ ମୋର ପୁଲକିତ l


ଯେମିତି ମୋ ଗୀତ ଭିତରେ ମୁଁ ଦିନେ 

ମଲା ପରେ ପୁଣି ଯିବି ଜିଇଁ..

ଜିଇଁବାର ବାଟ ଅନେକ ଥିଲେ ବି

ଏମିତି ଜିଇଁବା ଚାହେଁ ମୁହିଁ ll(୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics