STORYMIRROR

ବି. ନିରୁପମା

Action Inspirational Children

4  

ବି. ନିରୁପମା

Action Inspirational Children

ବଡ଼ ହେଲେ ନିତି ଖେଳିବ ସାଥେ

ବଡ଼ ହେଲେ ନିତି ଖେଳିବ ସାଥେ

1 min
297


କୁନି ଭାଇ ମୋର ପଡ଼ିଛି ଶୋଇ

ବୋଉ ଯାଇଅଛି ମୋତେ ଜଗାଇ ।

ରୋଷେଇ କରୁଛି ଆମରି ପାଇଁ 

ଭାଇକୁ ସେ କ୍ଷୀର ଦେଇଛି ଖୋଇ ।


ମଶାରୀ ଭିତରେ ଶୋଇଛି ଗୋରା

ଧଳା ଚକଚକ ରୂପଟି ତୋରା ।

ବସି ପାରିବେନି ମଶା ଓ ମାଛି

ପାଠ ପଢା ସହ ଧ୍ୟାନ ରଖୁଛି ।


ସୁସୁ କରି ସିଏ ଛାଡ଼ିଲେ ରଡ଼ି

ମୁହଁକୁ କପଡ଼ା ଆଣିଲେ ଭିଡ଼ି ।

ବୋଉକୁ ମୁଁ ପରା ଦେଉଛି ଡାକି

ତୁନି କରଇ ସେ ଗେଲ କରିକି ।


ଖେଳେ ଗୋଡ଼ ହାତ ହଲାଇ ଯେବେ

ଭାରି ଖୁସି ମୋତେ ଲାଗଇ ତେବେ ।

ବଡ଼ ହେଲେ ନିତି ଖେଳିବ ସାଥେ

ଖୁସିରେ ଖାଇବ ଯା' ଦେବି ହାତେ ।


ଖେଳନା ଯେତେକ ଦେବି ମୋହରି

ପାଠ ଶିଖାଇବି ଆଦର କରି ।

ଅବୁଝା ହୋଇଲେ ବୁଝାଇ ଦେବି

ମୋ କାମ ସଙ୍ଗେ ତା' ଧ୍ୟାନ ରଖିବି ।


Rate this content
Log in

Similar oriya poem from Action