STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

କିଏ ମେମିତିକା

କିଏ ମେମିତିକା

1 min
253


କିଏ କେମିତିକା ରଙ୍ଗେ ଗଢା ଅଛି

       କାଉ ରଙ୍ଗ ଦିଶେ କଳା

ବଗ ଓ ବଗୁଲି ଧବଳ ଦିଶନ୍ତି

       କିଏ ସେ ବିନ୍ଧାଣୀ କଲା।


ଦିନ ଆକାଶରେ ସୁରୁଜ ଙ୍କୁ ଦେଇ

        ରାତିରେ ଜହ୍ନ କୁ ଦେଲା

ଟଗର ଫୁଲରେ ବାସ କୁ ନ ଦେଇ

        ମଲ୍ଲି ବାସ ଚହଟିଲା ।


 ଶିଶୁର ଓଠରେ ଦରୋଟି ହସର

        ପସରା ମେଲିଲା କିଏ

କୋଇଲିର ସ୍ଵର କେଡେ ଯେ ମଧୁର

        କୁହ କୁହ କିଏ ସିଏ।


ଏତେ ସବୁ ସୃଷ୍ଟି ବିଧାତା ଗଢିଛି

      ଆମ ଅଦୃଶ୍ୟ ରେ ରହି

ତାଙ୍କ ପାଦ ତଳେ ମଥା ନଇଁ ଯାଏ

       ତାଙ୍କ ପରି କେହି ନାହିଁ।


ସେହି ସୃଷ୍ଟି ପାଇଁ ମଣିଷ ଜନ୍ମିଛି

        ନ କରିବା କେବେ କ୍ଷତି

ବଞ୍ଚିବା ସକଳେ ସାରା ଜଗତରେ

        କାଳିଆ ପ୍ରେମରେ ମାତି।


,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action