STORYMIRROR

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

ସାହସଟି ଦେଲେ ବାପା

ସାହସଟି ଦେଲେ ବାପା

1 min
231


ମାଳବିକା ତହିଁ ଛନ୍ଦ ତୋଳୁଅଛି

ମୟୂରୀ ସଙ୍ଗରେ ଚାହାଁ,

ପାଦର ଘୁଙ୍ଗୁର ଛମଛମ ଶୁଭେ

ଭଙ୍ଗୀ କେତେ ନୂଆ ନୂଆ ।


ନୟନ ଚାହାଣି ଭ୍ରୂଯୁଗଳ ଠାଣି

ହସ୍ତ ପଦ ମୁଦ୍ରା - ହସ,

ଦର୍ଶକଙ୍କ ମନ ମୋହି ନେଉଅଛି

କରତାଳି ଚଉପାଶ ।


ପ୍ରତିଯୋଗିତାରେ ଭାଗ ନ ନେଉ ଏ

ବୋଲି ସେ ଅଳକା ପରା,

ଏଣୁ ତେଣୁ କହି ମନଟାକୁ ୟାର

ଭାଙ୍ଗି ଦେଇଥିଲା ପୂରା ।


ଶେଫାଳୀ ପାଖରୁ କାରଣଟା ବୁଝି

ସାହସଟି ଦେଲେ ବାପା,

କହିଲେ - 'ମୋ ଝିଅ କୁଶଳୀ ନର୍ତ୍ତକୀ

ନୃତ୍ୟଗୁରୁ ପରା ଗୋପା ।


ଜିତିବାଟା ଏଠି ବଡ଼ କଥା ନୁହେଁ

ହାରିବା ନୁହଁଇ ସାନ,

ବଡ଼ ଦର୍ଶକଙ୍କ ଆଗେ ମଞ୍ଚପରେ 

ନିଜ କଳା ପ୍ରଦର୍ଶନ ।'


ବାପାଙ୍କ କଥାରେ ବୁଝିଗଲା ଆମ

ଗେହ୍ଲି ଭଗ୍ନୀ ମାଳବିକା,

ଖୁସିରେ ହସୁଛି ଅନା ତେଣେ ମାଆ

ଅଳକାର ମୁହଁ ବଙ୍କା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action