STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ଜୀବନ ଫୁଟନ୍ତା ଫୁଲଟିଏ

ଜୀବନ ଫୁଟନ୍ତା ଫୁଲଟିଏ

1 min
288


ଜୀବନ ଫୁଟନ୍ତା ଫୁଲଟିଏ

ଥରେ ଫୁଟି ଚହଟାଇ ତା' ରଙ୍ଗ

ମହକ ସବୁ ବାଣ୍ଟି ଦେଲା ପରେ

ପୁନର୍ବାର ଫୁଟେ ନାହିଁ

କଢ଼ରୁ ଫୁଟି ଫୁଲ ମହକୁ ଥାଏ

ମଉଳି ଝଡ଼ି ପଡ଼ିବା ଯାଏଁ 

ସୀମିତ ଜୀବନର ଭୂମିକା ନେଇ

ଈଶ୍ଵରଙ୍କର ପ୍ରତିଟି ସୃଷ୍ଟି

ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନା ପାଇଁ

ଯେବେ ହୁଏ ତା' ସାଧିତ

ତାହା ହିଁ ତା'ର ସଫଳତା ସାର୍ଥକତା

ବିଧିର ବିଧାନରେ ଥାଏ

ସଂପର୍କ ଯୋଡ଼ି ଆଦ୍ୟରୁ ପ୍ରାନ୍ତ

ମଣିଷର ଜୀବନ ମଧ୍ୟ

ଏକ ଫୁଟନ୍ତା ଫୁଲ ପରି

ସାରା ସଂସାରକୁ ମହକାଏ

ସେ ମଉଳି ପଡ଼ିବା ଯାଏଁ ଲୋଟି

ଯେତିକି ତାର ଶ୍ରମ ସାଧନା

ପାଏ ସେତିକି ସିଦ୍ଧି

ଉପାସନା ଆରାଧନାରେ

ରହିଥାଏ ଯେବେ ସେ ଜାଗ୍ରତ

ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଛାଡ଼ି

ଅଧିକରୁ ଅଧିକ ଆଶା କରିବା ହିଁ କାମନା

କେବଳ ଏକ ସାମୟିକ ପ୍ରବଞ୍ଚନା

ଯା' ସେ କରୁଥାଏ

ନିଜଠାରୁ ଅନ୍ୟ ସହିତ

ଯେତିକି ବି ରଖିଥାଏ ସେ ସାଉଁଟି

ନେଇ ଯାଏ କ'ଣ...

ଯଦିଓ ଜାଣେ ନେବ ନାହିଁ କିଛି

ତଥାପି ରହିଥାଏ ଲିପ୍ତ

ତାହା ହିଁ ସାଂସାରିକ ଆଶକ୍ତି 

ଫୁଲଟିଏ ଫୁଟିଥାଏ 

ରୂପାନ୍ତରରେ ଦେଇ ଯାଏ ଫଳ

ମଣିଷଟିଏ ହୋଇ ଯେବେ

ପରବର୍ତ୍ତୀ ପିଢ଼ିକୁ ନ କରେ କିଛି ତ୍ୟାଗ

ରଖି ନ୍ୟାୟ ନୀତି ଆଦର୍ଶ

ଜୀବନ ତାର ହୁଏ ନିରର୍ଥକ ବ୍ୟର୍ଥ

ଫୁଟନ୍ତା ଫୁଲଟିଏ ଫୁଟି

ମହକରେ ତାର ବୁଝାଏ ଏଇ ଅର୍ଥ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action