STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ଜନନୀ ଭଗନୀ ଜାୟା ତିନିରୂପ ଏକ କାୟା

ଜନନୀ ଭଗନୀ ଜାୟା ତିନିରୂପ ଏକ କାୟା

1 min
219

ଜନନୀ ଭଗିନୀ ଜାୟା,ତିନି ରୂପ ଏକ କାୟା।

ତାର ପ୍ରତି ଥିଲେ ଦୟା, ଦିଏ ମମତାର ଛାୟା।

ସଂସାର ତ ମିଛ ମାୟା, ଚାଲେ କ୍ରିୟା ପ୍ରତିକ୍ରିୟା।

ସତ୍ୟ ଶାନ୍ତି ବନ୍ଦନୀୟା, ସ୍ନେହ ଶ୍ରଦ୍ଧା ମହନୀୟା।

ସଂପର୍କରେ ସବୁ ବନ୍ଧା, ଝରି ପଡୁଥାଏ ସୁଧା।

କନ୍ୟାଟିଏ ମହାରତ୍ନ, କରୁଥାଏ ସେବା ଯତ୍ନ।

ମାତା କୋଳେ ଜନ୍ମି ସୁତା, ପିତା କୁଳେ ସେ ଦୁହିତା।

ଭ୍ରାତାର ହୋଇ ଭଗିନୀ, ହୁଏ କଲ୍ୟାଣ କାରିଣୀ।

ଘରର ହୁଏ ଅଲିଅଳି, ସୁଖରେ ଖେଳେ ସେ ଦୋଳି।

ପାଇ ସେ ସୁଶିକ୍ଷା ଦୀକ୍ଷା, ଦିଅଇ ଅଗ୍ନି ପରୀକ୍ଷା।

କନ୍ୟାରୁ ହୁଅଇ ବଧୂ, ବାଣ୍ଟିବାକୁ ପ୍ରେମ ମଧୁ।

ପତିର ହୋଇ ସେ ପତ୍ନୀ, ହୁଏ ସୁଖ ପ୍ରଦାୟିନୀ।

ଜାୟା ରୂପେ ଜୟପ୍ରଦା, ଶକ୍ତିମୟୀ ଥାଏ ସଦା।

ଗଢ଼ି ସୁନାର ସଂସାର, ଘରକୁ କରେ ମନ୍ଦିର।

ତାର ସେବା ତ୍ୟାଗ ଧୈର୍ଯ୍ୟ, ଭରି ଦିଅଇ ପ୍ରାଚୁର୍ଯ୍ୟ।

ସହିଷ୍ଣୁ ଗୁଣେ ମହାନ, ଉତ୍ସର୍ଗୁକୃତ ଜୀବନ।

ଜନନୀ ରୂପେ ବନ୍ଦିତା, କରାଏ ଜଗତଜିତା।

ପଣତ କାନି ତା' ନେତ, ଆଶିଷେ ରଖେ ଜାଗ୍ରତ।

ସନ୍ତାନର ହୁଏ ସାହା, ପ୍ରତି ପଦେ କରେ ଆହା।

ଜଗତ ଅତୁଳନୀୟା, ଅବଦାନ ପୂଜ୍ୟନୀୟା।

ଅପାର  ତାର ମହିମା, କଳି ହୁଏନା ତା' ସୀମା।

ଦୁଃଖ କଷ୍ଟ ସବୁ ସହି, କର୍ତ୍ତବ୍ୟରେ ଥାଏ ରହି।

ନାରୀ ଭାବେ ବସୁନ୍ଧରା, ଝରାଏ ଅମୃତ ଧାରା।

କରି ସେ ସହାନୁଭୂତି,ସମାଜେ ଆଣେ ପ୍ରଗତି।

ତାର ମାନ ଜାତି ଟେକ, ଦେବୀ ରୂପର ପ୍ରତୀକ।

ସେ ହୁଏ ଯେବେ ମାୟାବୀ, ଧ୍ଵଂସି ଦିଅଇ ପୃଥିବୀ।

ସୃଷ୍ଟିକୁ କରଇ ନାଶ, ଉଦ୍ଗାରି କପଟେ ବିଷ।

ନାରୀଙ୍କୁ ଦେଇ ସମ୍ମାନ, ମାନବ ହୁଏ ମହାନ।

ଦିଏ ଯିଏ ନିର୍ଯ୍ୟାତନା, ଭୋଗେ ବହୁତ ଯନ୍ତ୍ରଣା।

ମାଆକୁ ଦେଲେ ମର୍ଯ୍ୟାଦା, ଶାନ୍ତି ମିଳଇ ସର୍ବଦା।

ପାଦେ ତାର ମଥା ମତ, କରେ ଉପଯୁକ୍ତ ସୁତ।

ଜନନୀ ଭଗିନୀ ଜାୟା, ଏକ ରୂପ ତିନି କାୟା।

ଥିବା ଯାଏଁ ତାର ଦୟା, ବଶ କରେ ନାହିଁ ମାୟା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action