STORYMIRROR

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ହଂସ ଓ ମାଳା

ହଂସ ଓ ମାଳା

1 min
291

ସରସୀ ପୁଳିନେ ହଂସ ଟିଏ ଦିନେ

ଚରୁ ଥିଲା କାହୁଁ ଆସି

ନାରୀ ଜଣେ ଦେଖି ହୋଇ ଅତି ଖୁସି

କହିଲା ତାକୁ ଭରସି ।


ଆରେ ଆରେ ହଁସ କେତେ କଥା ତୋତେ

କହୁ ଅଛି ତୁହି ଶୁଣ

ମୁକ୍ତା ମାଳା ଟିଏ ଧରି ସେ ହାତ ରେ

ଟେକି ଏହା କୁ ଘେନିଣ ।


ଚଳି ଯିବୁ ଦୂରେ ବେଗେ ତୁହି ଆରେ

ମାନିଣ ମୋହର କଥା

ଯାହା ଯାହା ତୋତେ ବୁଝାଇ କହୁଛି

ଜାଣି ମୋର ହୃଦ ବ୍ୟଥା ।


ଶୁଣି ଅନୁରୂପ ସେସବୁ କଥାକୁ

କହିବୁ ଯାଇ ସେଠାରେ

ନଦୀ ପରପରେ ଯେଉଁ ରାଜ ପୁରେ

ରାଜ କୁମାର ଛାମୁରେ ।


ଜଣାଇ ସକଳ ଯାଆ ତୁ ସଅଳ

ସେ ରାଜାଙ୍କର ଉଆସେ

ଯେଉଁ ଠାରେ ରାଜ କୁମାର ଅଛନ୍ତି

ଏହା ଦେବୁ ତାଙ୍କ ପାଶେ ।


ଏହା କୁ ଦେଖି ସେ ଜାଣି ପାରି ମୋତେ

କଷଣୁ ଉଦ୍ଧାର କରି

ତୀବ୍ର ତର ଦାହ ସହି ଅହ ରହ

ରହିଛି ଏଥି କିପରି ।


ବୁଝାଇ ତାହାକୁ କହିବୁ ରେ ହଂସ

ଯାଆ ତୁହି ଏହା ନେଇ

ରାଜ କୁମାରଙ୍କ ଛାମୁରେ ବିଷଦ

ଭାବରେ ଶୀଘ୍ର ବଖାଣି ।



Rate this content
Log in

Similar oriya poem from Romance