STORYMIRROR

Sukadev Mahanta

Romance

4  

Sukadev Mahanta

Romance

ତୁମ ପ୍ରୀତିଝରା ସ୍ମୃତି

ତୁମ ପ୍ରୀତିଝରା ସ୍ମୃତି

1 min
195


ତୁମ ମୁହଁ ଦିଶେ ମୋର         ପଲକେ ଦୁଇ ଆଖିର 

        

          ତୁମରି ସ୍ମୃତିରେ ମୁହିଁ ହଜି ଯାଇଛି 


ଗଗନ ଦେଶରେ ତୁମ           ରୂପ ଦିଶେ ଅନୁପମ

        

         ମଧୁଝରା ହସ ତୁମ ନେତ୍ରେ ଭାସୁଛି 

          

             ତୁମ ଅଧା ଲେଖା କବିତା


         ପଢୁଛି ଅଳପ ମୁହିଁ ଅଧିକ ଚିନ୍ତା || 



ତୁମ ସ୍ମୃତି ରୂପା ଜହ୍ନ           ଚନ୍ଦ୍ରିମା ପରଶେ ମନ 

        

        ଅତୀନ୍ଦ୍ରିୟ ଦେଶେ ଯାଇ କରେ ଭ୍ରମଣ 


ତୁମ ପ୍ରୀତି ଜ୍ୟୋତ୍ସ୍ନା ଧାରା     ଭିଜାଇ ମୋ ଦେହ ସାରା 


         ସୁଖର ବୋଇତେ ଭାସି ଦେଖେ ସପନ 

           

          ବୋଳି ଦେହେ ପ୍ରୀତି ଚନ୍ଦନ 

        

         ସନ୍ତାପିତ କରେ ମୋର ହୃଦ ପରାଣ || 



ମନେ ପଡୁଛ ଗୋ ତୁମେ       କବିତାର ପଂକ୍ତି ଦେହେ

 

       ତୁମ ଆଖି ଇସାରା ମୋ ହୃଦକୁ ହାଣେ 


ସେ ଆଖିର ମାଦକତା          ଭରେ ମହୁଲିର ନିଶା 


         ଝୁମି ଝୁମି ମନ ନାଚେ ମଧୁ ଲଗନେ 


            ତୁମ ସୁକୋମଳ ପରଶ


       ସାରା ଦେହେ ଶିହରଣ ଜାଗେ ସରସ ||



ତୁମେ ଫୁଲ ମୋର ପାଇଁ        କଣ୍ଟା ଥିଲି ତୁମ ପାଇଁ 


        ଉତ୍କଣ୍ଠାରେ ଭରା ଥିଲା ଆମ ପରାଣ 


କୁଆଡୁ ଆସିଲା ମାଳି        ଆକର୍ଷଣେ ନେଲା ତୋଳି 

      

        ଉତ୍କଣ୍ଠାରେ ଅନ୍ତ କରି ଦେଲା କଷଣ

         

           ଫୁଲ କଣ୍ଟା ଭାବ ଆମର

     

         ଯୁଗ ଯୁଗ ରହିଥାଉ ଚିର ଅମର || 


ତୁମକୁ ଖୋଜୁଛି ମୁହିଁ         ତୁମରି କବିତା ଦେଇ 

        

       ଭାବାବେଗ ଭରି ଦିଏ ମନେ ମୋହର


 ତୁମକଥା ଭାବି ଭାବି         ଆଙ୍କେ ତୁମ ପ୍ରତିଛବି


        ସାଗର ଜଳରେ ଯେହ୍ନେ ଦୃଶ୍ୟ ପୋତର

 

           ଦେଖାଦେଇ ଯାଏ ଉଭେଇ


        ମନରେ ମୋ ତୁମ ସ୍ମୃତି ପଶେ ଧସେଇ ||


ଦେଖୁଛି ତୁମକୁ ମୁହିଁ           ତୁମ କବିତାରେ ସେଇ


        ବିଲ ବଣ ତୋଟା ମାଳ ନୀଳ ଆକାଶ


ଯା'ର ବନ ଉପବନ           ମୋହି ନେଉଥିଲା ମନ


      ସବୁଠାରେ ଦେଖେ ମୁହିଁ ତବ ପ୍ରକାଶ

 

          ଆହେ ପ୍ରାଣ ପ୍ରିୟ ମୋହର!


      ତୁମ ପ୍ରୀତିଝରା ସ୍ମୃତି କରେ ବିଭୋର ||






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance