STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

ପ୍ରିୟତମା

ପ୍ରିୟତମା

1 min
172


ଝୁମା ଝୁମା ଏଇ ନିଝୁମ୍ ରାତିରେ 

ପାଶେ ଥିଲେ ତୁମେ ପ୍ରିୟତମା, 

ଜୀବନଟା ଭରିଯାଏ ଶାନ୍ତି ତୃପ୍ତିରେ 

ଟପି ଯାଏ ମୋ ଆନନ୍ଦର ସୀମା। 

ମନେଥିଲା ଯେତେ ସାଉଁଟା ସପନ 

ତୁମ ଆଗମନେ ହେଲା ସବୁ ପରିପୂର୍ଣ୍ଣ, 

ତୁମ ବିନା ଲାଗେ ସବୁ ଶୂନ୍ୟ ଶୂନ୍ୟ 

ତୁମେକୁ ପାଇ ହୋଇଛି ମୁଁ ଧନ୍ୟ। 

ତୁମେ ପ୍ରିୟତମା ବୁଝାଇ ଦେଇଛ 

ଜୀବନ ଓ ପ୍ରେମର ପ୍ରାଞ୍ଜଳ ଅର୍ଥ, 

ତୁମ ସମର୍ପଣଭାବ ତ୍ୟାଗ ଆଦର୍ଶ 

ସଂସାର ସଜାଡିବାରେ ହୋଇଛି ସାମର୍ଥ। 

ତୁମେ ନାରୀ ଜାୟା ଜନନୀ ଭଗିନୀ 

ଜୀବନ ସାଥୀ ରୂପେ କଲ୍ୟାଣକାରିଣୀ, 

ତୁମେ ପ୍ରଗତି ପଥରେ ମୋ ପ୍ରେରଣା  

ସେବା ଯତ୍ନେ କରି ଦେଖାଅ ଠିକଣା।

ତୁମେ ପ୍ରିୟତମା ମୋ ସହଧର୍ମିଣୀ 

ମୋ ଦୁନିଆଁର ସ୍ଵର ରାଗ ରାଗିଣୀ, 

ମୋ ଜୀବନର ଯେତେ ସାର୍ଥକତା 

ସେ ସବୁର ତୁମେ କାର୍ଯ୍ୟକାରିଣୀ। 

ତୁମେ ମୋ ପ୍ରେମ ଦୁନିଆଁର ପ୍ରେମ 

ସେ ପ୍ରେମ ଦାନ କରି କରିଛ ପୂଣ୍ୟ, 

ତୁମେ ପ୍ରିୟତମା ମୋ ଧର୍ମପତ୍ନୀ

ଏ ଜନମେ ମୋତେ କରିଛ ଧନ୍ୟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance