STORYMIRROR

Suchismita Sahoo

Romance

4  

Suchismita Sahoo

Romance

ଅକୁହା କଥା

ଅକୁହା କଥା

1 min
183


ମନ କଥା ତୁମ ଆଗେ କହିବି କିପରି

ତୁମ ବିନା ସବୁ ବିଷ ଦିବା ବିଭାବରୀ

କାହିଁ କେତେଦିନୁଁ ମୁହିଁ କରିଛି ଅପେକ୍ଷା

ନ କହି ହୃଦୟ କଥା କରୁଛ ପରୀକ୍ଷା ।


ହେଲେ ତୁମେ ବୁଝିଲନି ମୋ ହୃଦୟ ବ୍ୟଥା

ଆଜି ଯାଏଁ ଖୋଲି କହିଲନି ମନକଥା

ଲାଜର ଓଢଣା ଟାଣି ବସିଅଛି ମୁହିଁ

କେମିତି କହିବି ନିଜ ସୀମା ରେଖା ଡେଇଁ ?


ଥରେ ହୃଦୟରୁ ଦେଖ ମୋ ଦୁଇ ଆଖିକୁ

ନିଶ୍ଚୟ ପଢିପାରିବ ମୋ ମନ କଥାକୁ

ତୁମେ ଅଛ ହୃଦୟର ପ୍ରତି ସ୍ପନ୍ଦନରେ

ତୁମେ ହିଁ ରହିଛ ମୋର ପ୍ରତି ନିଃଶ୍ୱାସରେ ।


ପଢ଼ିଛି ତୁମ ମନର ଅକୁହା କଥାକୁ

ବୁଝିଛି ମୁଁ ତୁମ ହୃଦୟର ଭାବନାକୁ

ଅପେକ୍ଷାର ଅନ୍ତ କରି ମୋର ପ୍ରାଣପ୍ରିୟ

ତୁମ ପ୍ରେମ ବରଷାରେ ଭିଜିବାକୁ ଦିଅ।


ମନେ ବାନ୍ଧେ ଅସୁମାରୀ ଆଶା ଓ ଭରସା

ଆସିବ ତୁମେ ଗୋ ଦିନେ ମୋ ହୃଦୟ ରାଜା

ହାତରେ ଶଙ୍ଖା ମଥାରେ ସିନ୍ଦୂର ପିନ୍ଧେଇ

ଘରଣୀ କରିବ ମୋତେ ସାତ ଜନ୍ମ ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance