STORYMIRROR

Suchismita Sahoo

Tragedy Others

3  

Suchismita Sahoo

Tragedy Others

ଉପହାର

ଉପହାର

1 min
260

ଦାରିଦ୍ର୍ୟର କଷାଘାତ

ବିନା ଉପହାରରେ

ଜନ୍ମଦିନର ଶୁଭେଚ୍ଛା ଜଣେଇବାକୁ

ବାଧ୍ୟ କରିଥିଲା ତୁମକୁ।

ସେଥିପାଇଁ ତୁମେ ଥିଲ ଦୁଃଖିତ

ମୁଣ୍ଡକୁ ତଳକୁ କରି

ନିଜ ହାତେ ଫସଲ କରିଥିବା

କଖାରୁ ଫୁଲର ଗୁଚ୍ଛ କୁ ବଢ଼େଇଦେଇ

କହିଲ, ଏଥର ଏତିକି ଉପହାର।

ପାରିବ ଯଦି କ୍ଷମା କରିଦିଅ।

ମୁଁ ଚାହିଁ ରହିଥିଲି

ତୁମ ନିରୀହ ମୁହଁକୁ

ପଢିବାକୁ ଚେଷ୍ଟା କରୁଥିଲି

ନିର୍ମଳ ହୃଦୟର ପରିଭାଷାକୁ

ଆଉ ଭାବୁଥିଲି

ତୁମ ଉପହାର କଥା।

ମୋ ଉପହାର ତ

ମତେ ପ୍ରତିଦିନ ମିଳୁଛି।

ହାରିଯାଇଥିବା ସମୟରେ କେହି ଜଣେ

ପ୍ରେରଣାର ଉତ୍ସ ସାଜି ଛିଡା ହେଇଥିଲା।

ଏ ପ୍ରେରଣା ଠୁ ଦାମୀ ଉପହାର କିଛିଥାଏ?

ସେଦିନ ବାପାଙ୍କୁ ସ୍କୁଟିରେ

ନେଇ ଏକା ଯିବାବେଳେ

୮୦ - ୯୦ ବେଗରେ ଚଲୋଉଥିବା ପୁରୁଷ

୪୦ ବେଗରେ ସୁରକ୍ଷା କବଚ ସାଜି

ଆସୁଥିଲା ଆମ ପଛେ।

ଏଇ କବଚଠୁ ଦାମୀ ଉପହାର କିଛି ଥାଏ?

ମୋର ଦେହ ଖରାପ ସମୟରେ

ମା ଙ୍କ ଭଳି କେହି ଜଣେ

ରାତି ରାତି ଅନିଦ୍ରା ରହୁଥିଲା

ଏ ଯତ୍ନ ଠୁ ଦାମୀ ଉପହାର କିଛି ଥାଏ?

ଦୀର୍ଘ ଦିନ ଧରି ପାଉନଥିବା

ଅତିପ୍ରିୟ କଖାରୁ ଫୁଲର ସ୍ୱାଦଠୁ

ଦାମୀ ଉପହାର ଆଉ କିଛି ହେବ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy