STORYMIRROR

Suchismita Sahoo

Romance Tragedy Others

3  

Suchismita Sahoo

Romance Tragedy Others

ସ୍ୱାଧୀନତା

ସ୍ୱାଧୀନତା

1 min
187


ଅତି ଲେମ୍ବୁ ଚିପୁଡିଲେ ପିତା ଜାଣିବି

ତୁମକୁ ଆଵଶ୍ୟକଠୁ ଅଧିକ

 ପ୍ରାଧାନ୍ୟ ଦେଇଥିଲି

ସେଥିପାଇଁ ବୋଧେ ଆଜି

ମୋ ଭିତରେ ଏତେ ଶୁନ୍ୟତା

ସେଥିପାଇଁ ବୋଧେ ପ୍ରେମର ଓ 

ସ୍ନେହର ଛୁରି ଧରି ମତେ ହାଣିବାରେ 

ତୁମେ ଉତ୍ତୀର୍ଣ୍ଣ ହେଇଗଲ।

ସେଥିପାଇଁ ବୋଧେ 

ଛଳନା ଓ ମିଛ ସମ୍ପର୍କରେ ବାନ୍ଧି

ମତେ ହରେଇବା ସହଜ ହେଇଗଲା।

ଆଜି ବି ତୁମେ ଛାତିକୁ ଫୁଲେଇ କହିଗଲ

ମୁଁ ଯାହା କରୁଛି କିଛି ବି ଭୁଲ କରୁନି

ତୁମର ଅବସ୍ଥା ପାଇଁ 

ମୁଁ କେବେବି ଦାୟୀ ନୁହେଁ।

ମୁଁ ଜାଣି ପାରୁନି

ତୁମେ ମତେ ଭୁଲି ପାରୁନ କାହିଁକି?

ଏ ସମ୍ପର୍କକୁ ନେଇ 

ଏତେ ଭାବନା କାହିଁକି?

ସତରେ ମୁଁ କିଛି ବୁଝିପାରୁନି

ତୁମ ପ୍ରଶ୍ନର କି ଉତ୍ତର ଦେବି?

ଜାଣିଛ, ପଦାର୍ଥବିଜ୍ଞାନ

ଅନସରଟେନିଟି ପ୍ରିନ୍ସିପଲ ପରି

ହୃଦୟ ଖଣ୍ଡ ଖଣ୍ଡ ହେଲା ବେଳେ

ଏକା ସମୟରେ ଦୁହିଁଙ୍କୁ କଷ୍ଟ ହୁଏନି

କଷ୍ଟ କେବଳ ଜଣଙ୍କୁ ହୁଏ

ହୃଦୟ କେବଳ ଜଣଙ୍କର ଭାଙ୍ଗେ

ଦୁହିଁଙ୍କୁ କଷ୍ଟ ହେଇଥିଲେ 

ହୃଦୟ ଭାଙ୍ଗୁ ଭାଙ୍ଗୁ ରହି ଯାଇଥାନ୍ତା

ଛାଡ଼,

ସ୍ୱାଧୀନତା ଦିବସର ଅଭିନନ୍ଦନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance