STORYMIRROR

Suchismita Sahoo

Classics

3  

Suchismita Sahoo

Classics

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
220


ନ ଦେଖି ପଞ୍ଜିକା ତିଥି ନକ୍ଷତ୍ର

ପ୍ରତିଟି ସଂକଳ୍ପ ହୁଏ ପବିତ୍ର

ଶୁକ୍ଳ ବୈଶାଖର ତୃତୀୟା ଦିନ 

ସର୍ବ ମନୋବାଞ୍ଛା ହୋଇବ ପୂର୍ଣ୍ଣ

ବରଷକେ ସାର 

ଅକ୍ଷୟ ତୃତୀୟା ନାମଟି ତାର


ପ୍ରଫୁଲ୍ଲିତ ଆଜି କୃଷକ ମନ

ହସ୍ତରେ ସିନ୍ଦୁର ରକ୍ତ ଚନ୍ଦନ

ଅକ୍ଷି ମୁଠି ଧରି ବିଲକୁ ଯାଇ

ଲକ୍ଷ୍ମୀ ଠାକୁରାଣୀ ପୁଜୁଛି ତହିଁ

ଦେବୀ କମଳିନୀ

କୃପାକର ତ୍ରିଭୁବନ ଜନନୀ


ଘରଣୀ ତାହାର ଅତି ସରାଗେ 

ପିଠା ପଣା କ୍ଷିରୀ ଖେଚୁଡ଼ି ରାନ୍ଧେ

ଘରଦ୍ବାର ଲିପି ଗୋମୟ ଜଳେ

ଝୋଟି ପକାଇଛି ପାହାନ୍ତି କାଳେ 

ଝାଟିମାଟି ଘର

ଝୋଟି ପଡି ଦିଶେ କି ମନୋହର ।


ଆରମ୍ଭ ହୋଇଛି ଯାତ୍ରା ଚନ୍ଦନ

ଚାପ ଖେଳୁଛନ୍ତି ମଧୁସୂଦନ

ସଙ୍ଗେ ରାମ କୃଷ୍ଣ ପଞ୍ଚପାଣ୍ଡବ

ଶ୍ରୀଦେବୀ ଭୂଦେବୀ ଅପୂର୍ବ ଭାବ 

ଦେଖିଛି ଯିଏ

କୋଟି ଜନ୍ମ ପୁଣ୍ୟ ଲଭିଛି ସିଏ 


ରଥ ଅନୁକୂଳ ଏହି ଦିବସେ 

ତିନି ବିଶ୍ବକର୍ମା ମନ ହରଷେ

ଆଜ୍ଞା ମାଳ ନିଜ ମସ୍ତକେ ଥୋଇ

ବୋଲନ୍ତି ରଖ ହେ ଜଗତସାଇଁ 

ତୁମ କୃପାବଳେ

ରଥ କାର୍ଯ୍ୟ ସବୁ ହେଉ ନିଶ୍ଚଳେ ।


ଆଜି ଦିନେ ପ୍ରଭୁ ରୋହିଣି ସୂତ

ବରଣ କରିଲେ ରେବତୀ ହସ୍ତ 

ଆଜିର ଦିବସେ ପରଶୁରାମ 

ରେଣୁକା ଗରଭୁ ହୋଇ ଜନମ 

ଏକବିଂଶ ବାର

ନିକ୍ଷତ୍ରି ହରିଲେ ଧରଣୀ ଭାର ।


କହିବାକୁ ଅଛି କଥା ଅନେକ

ବଖାଣିଲେ ଯିବ ଦିବସ ଯାକ 

ଗୋବିନ୍ଦ ଚରଣେ ଲଗାଇ ଲୟ

ଯାହା କାର୍ଯ୍ୟ କର ହେବ ଅକ୍ଷୟ

ପ୍ରଭୁ କୃପାନିଧି

ସୁମରି ଲଭିବୁ ତୁ ସର୍ବ ସିଦ୍ଧି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics