ମୌସୁମୀ
ମୌସୁମୀ
ଏଠି ଏବେ ଡହଡ଼ହ ଝାସ
ଗ୍ରୀଷ୍ମର
ଯୌବନ ବେଶ,
ଉଲଗ୍ନ ଆକାଶ ତଳେ
ଉନ୍ମନା ବୈଶାଖୀ
ଘୁରିବୁଲେ
ପ୍ରତି ଅଙ୍ଗେ ଅଙ୍ଗେ
ଚହଟାଇ
ଡହ ଡ଼ହ ରଡ଼ ।
ଶୁଖିଯାଏ ଝାଉଁବଣ
ହଜିଯାଏ କୁହୁର କାକଳି
ଡମ ଡମ ଡମ୍ବରୁର ତାଳେ ତାଳେ
ଶିବ ନାଚନ୍ତି ତାଣ୍ଡବ
ନିଦା ଦ୍ବିପ୍ରହରେ !
ଶୁଖିଯାଏ ନଦୀ ଓ ନିର୍ଝର
ହଜିଯାନ୍ତି ପତ୍ର ସବୁ ଅନନ୍ତ ହିଲ୍ଲୋଳେ
ପାହାଡ଼ ଦେହରେ ଲାଗିଯାଏ
ନିଆଁ,
ପାହାଡରେ ନୁହେଁ ତ !
ଯୌବନରେ, ପାହାଡି କନ୍ୟାର
ହଜିଯାଏ ସୌନ୍ଦର୍ଯ୍ୟ ଗାମ୍ଭିର୍ଯ୍ୟ
ଅବଶ ଶରୀରେ
କୁହେ,
ଆ ଆରେ ମୌସୁମୀ
ସିତଳେଇ ଦେ ଥରେ
ମୋ ପ୍ରିୟର ରଙ୍ଗୀନ ସହର ।।

