STORYMIRROR

Aishwarya Mishra

Abstract Romance

4  

Aishwarya Mishra

Abstract Romance

କିଛି ସ୍ମୃତି

କିଛି ସ୍ମୃତି

1 min
194

କିଛି ସ୍ମୃତି

ମନ ଆକଶରେ ଆଙ୍କି ହେଉଥିବା 

ଇନ୍ଦ୍ରଧନୁର ପ୍ରୀତି

ଝରା ଶେଫାଳିର ମହକରେ ଭରା 

ବିଦୀର୍ଣ୍ଣ ମଧୁ ରାତି ।


କିଛି ସ୍ମୃତି

ଭଙ୍ଗା ହୃଦୟ ଜର୍ଜରିତ ମନ

ଭିନ୍ନ ଏକ ଆସକ୍ତି

ପ୍ରେମ ପ୍ରଣୟ ମିଳନ ବିଚ୍ଛେଦ

ଅଶ୍ରୁଳ ଅନୁଭୂତି ।


କିଛି ସ୍ମୃତି

ଶୃଙ୍ଗାର ରସେ ଭିଜି ଯାଇଥିବା 

ଲବଣ୍ୟମୟ କାନ୍ତି

ଆଦ୍ୟ ଯୌବନ ଆଭାରେ ସିକ୍ତା 

ପ୍ରଣୟିନୀର ଦୀପ୍ତି ।


କିଛି ସ୍ମୃତି

ତୃଷ୍ଣାତୁର ମନେ ଶ୍ରାବଣ ଲାଳସା

ମିଳନର ଅନୁରକ୍ତି

ସହସ୍ର କମ୍ପନ ମୁଦ୍ରିତ ନୟନ 

ବିରହ ର ଶେଷ ଚୁକ୍ତି ।


Rate this content
Log in

Similar oriya poem from Abstract