Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pravasini Senapati

Romance

4  

pravasini Senapati

Romance

ନୀଳ କଇଁର ପ୍ରତୀକ୍ଷା-୨

ନୀଳ କଇଁର ପ୍ରତୀକ୍ଷା-୨

1 min
175


ତୁମ ସୁକୁମାରୀ ମୁଁ ଫୁଲ କୁମାରୀ

 ବସିଛି କରି ପ୍ରତୀକ୍ଷା

ଆସ, ଦେଖ ମୋର ପ୍ରତି ପାଖୁଡ଼ାରେ

ତୁମ ନାଁ ହୋଇଛି ଲେଖା ।


ଅନିନ୍ଦ୍ୟ ରୂପସୀ ମୁଁ ତୁମ ମାନସୀ

ତୁମେ ମୋ ମନର ମିତ

ତୁମ ସ୍ପର୍ଶ ପାଇଁ ମୁଁ ଯେ ନୀଳ କଇଁ

ଯୁଗ ଯୁଗ ପ୍ରତୀକ୍ଷିତ ।


ମୁଁ ଯେ କୁମୁଦିନୀ ତୋ (ତୁମ) ପ୍ରାଣ ସଙ୍ଗିନୀ 

ଜାଣିଛି ସାରା ସଂସାର

ଯେତେଦୂରେ ଥିଲେ ମୁଁ ଏକା ତୁମର

ତୁମେ ଏକା ସାଥି ମୋର ।


ତୁମେ କି ଜାଣନା ତୁମକୁ ଦେଖିଲେ 

ପାଏ ମୁଁ କେତେ ଆନନ୍ଦ

ପ୍ରେମ ଇତିହାସେ ଆମ ପ୍ରେମ ପରା

ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ।


ବଉଦ ଉହାଡ଼େ ଲୁଚିଛ କାହିଁକି

ହେ ମୋର ପ୍ରିୟ ପୁରୁଷ

ସରି ଆସିଲାଣି ରାତିର ଆୟୁଷ

ଆସ ପ୍ରିୟ ଥରେ ଆସ !


Rate this content
Log in

Similar oriya poem from Romance