Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ଅଳସୀ ନାୟିକା

ଅଳସୀ ନାୟିକା

1 min
179


ସଖୀ ତୁମେ ଏକ ଅଳସୀ ନାୟିକା

ପ୍ରୀତିମଖା ଏକ ମନ

ତୁମେ ଚଳମାନ ପ୍ରୀତିର ଜାହ୍ନବୀ

ପୂନେଇ ରାତିର ଜହ୍ନ I

ତୁମେ ବଇଶାଖ ଡହଡହ ଖରା

କେବେ ଅବା ଶୀତରାତି

ତୁମରି ମନର ଗଭିରତା ସଖୀ

କିଏସେ ପାରିଛି ମାପି I

ତୁମ କଣ୍ଠସ୍ୱର ବୀଣାର ଝଙ୍କାର

ମଧୁଝରା ତୁମ ହସ

ତୁମରି ଆଖିର ଚମକରେ ସଖୀ

ଦୁଃଖ ମାଡେନାହିଁ ପାଶ I

ଦରଦୀ ପ୍ରାଣର ଦରଦ ଲୋ ତୁମେ

ହୃଦୟର ମିଠାପଣ

ନିଆରା ତୁମର ଜୀବନ ସରଣୀ

ନିଆରା ତୁମର ମନ I

ମୋ ଜୀବନାକାଶେ ଆଲୋକ ତୁମେଲୋ

ତୁମେ ମୋର ମଧୁଶାଳା

ତୁମରି ପ୍ରେମର ମହା ସାଗରରେ

ଭାସେ ମୋ ଜୀବନ ଭେଳା I

        


Rate this content
Log in

Similar oriya poem from Romance