Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Action Inspirational

4  

Bharatabandhu Biswal

Romance Action Inspirational

ଅଧୁରା ସ୍ୱପ୍ନ

ଅଧୁରା ସ୍ୱପ୍ନ

1 min
532



ଉଚ୍ଚାଟ କରଇ ଅଧୁରା ସପନ

ହୁଅଇ ମନ ବିଭୋର

ଭାଙ୍ଗି ଗଲେ ମଧ୍ୟ ସୁଖ ନିଦ୍ରା ଶୀଘ୍ର

ଘାରି ରହେ ସ୍ୱପ୍ନ ମୋହ ।


ଶିକ୍ଷା ରୋଜଗାର ସୁନ୍ଦର ଭବିଷ୍ୟ

ପ୍ରିୟା ପ୍ରୀତି ଭେଟାଭେଟି

ସମ୍ମୁଖେ ସତତ ନାଚଇ ସ୍ୱରୂପ

ଖୋଜି ବୁଲୁଥାଏ ଆଖି ।


ସଫଳ ହୁଅଇ ସ୍ୱଭାବକୁ ଲକ୍ଷ୍ୟ

ସାଧନା କଲେ ନିରତ

ହୁଅଇ କାମନା ଅବଶ୍ୟ ପୂରଣ

ଅଧା ସ୍ୱପ୍ନ ହୁଏ ସତ ।


ହଜି ଯାଇଥିବା ମିଳଇ ଜିନିଷ

ମନ ଲାଖି କନ୍ୟା ବର

ସୁପାତ୍ର ଲଭଇ ପଦ ଓ ପଦବୀ

ସ୍ୱପ୍ନ କଥା ଅନୁସାର ।


ସ୍ୱପ୍ନ ଅଛି ବୋଲି ହେଉଛି ପ୍ରଗତି

ମଣିଷ ଉଦ୍ୟମ ରତ

ଆଗେଇ ପାରେନି ବ୍ୟକ୍ତି ଗୋଷ୍ଠୀ ଜାତି

ଖଟୁଥିଲେ ଯନ୍ତ୍ର ବତ ।


ସୁଖର ସପନ ଦେଖେ ମଧ୍ୟବିତ୍ତ

ଲଗାଏ ବୁଦ୍ଧି କୈ।ଶଳ

ଅବଦାନ ତାର ବିକାଶ ନିମନ୍ତେ

ଦେଶର ମୁଖ୍ୟ ସମ୍ବଳ ।


ଉଜ୍ଜ୍ୱଳେ ପ୍ରକାଶୁ ସୁନେଲି ସୂରୁଜ

ଉଦ୍ୟମୀଙ୍କ ଭବିଷ୍ୟତ

ସବୁରି ମୁହଁରେ ଫୁଟୁ ମଧୁ ହାସ୍ୟ

କୁସୁମିତ ହେଉ ପଥ ।



Rate this content
Log in

Similar oriya poem from Romance