ଶାନ୍ତି ଅହିଂସାର ପୂଜାରୀ
ଶାନ୍ତି ଅହିଂସାର ପୂଜାରୀ
ହେ ସୁଯୋଗ୍ୟ ସନ୍ତାନ ତୁମେ
ଗାନ୍ଧୀଜି ଓ ଶାସ୍ତ୍ରୀଜି
ପ୍ରକୃତ ସେବକ ଆସିଥିଲ ଶାନ୍ତିର
ଦେବଦୂତ ସାଜି ।
ଆଣ୍ଠୁ ଲୁଚେ ନାହିଁ ଯାହା ଲୁଗା ପିନ୍ଧିଲ
ବୋଲାଇଲ ଅଧା ଲଙ୍ଗଳା ଫକୀର
ବିଶ୍ୱରେ ଚର୍ଚ୍ଚିତ, ଦେଖାଇଲ କମାଲ
କଅଣ କରିପାରେ ସେ ଫକୀର ।
ଦେଇଥିଲ ବୁଦ୍ଧି ନୟନେ ନଦେଖିବାକୁ
ଅପରାଧୀର ଅପରାଧ
କର୍ଣ୍ଣରେ ନଶୁଣିବାକୁ କେବେ ପରର
ନିନ୍ଦା ଅବା ଅପବାଦ ।
ଜୀବନରେ ସମସ୍ତଂକ ହିତେ କରିବାକୁ
ସଦା ସର୍ବଦା ସୁକର୍ମ
ମନ ମାନସରେ ପରହିତାର୍ଥେ କରିବାକୁ
ସୁମାର୍ଗେ ଗମନ ।
କାହାରି ମନରେ ବାଧା ଦେବା ନାହିଁ କହି
କିଛି କଟୁ ବାଣୀ
ମଙ୍ଗଳ ମୟ ଭଗବାନଂକ ନିକଟେ କରିବାକୁ
ଏତିକି ମାଗୁଣି ।
ହେ ମହାତ୍ମା ଜାତିର ଜନକ ଦେଇଛ
ତୁମ୍ଭେ ସତ୍ୟ ଅହିଂସା ବାର୍ତ୍ତା
ଏ ବିଶ୍ୱ ବାସୀ ତୁମ୍ଭ ମନ୍ତ୍ରେ ଅଭିମନ୍ତ୍ରିତ,
ହେଲ ମହାମାନଵ ବିଶ୍ବପିତା ।
ସ୍ୱଚ୍ଛ ସମାଜ, ସୁନାର ଭାରତ ସ୍ୱପ୍ନ
ଦେଖିଥିଲ ଦିନେ
ଚିନ୍ତା କରିବାର ସମୟ ଆସିଛି, ପୁରଣ
ହୋଇଛି କି ହେଜ ମନେ ।
କଳ୍ପନାରେ ଥିଲା ସ୍ବାଧୀନତା ହାସଲ ପରେ
ନାରୀର ନଥିବ ଡର ଭୟ
ନାରୀମାଂସ ଲୋଭୀ ଶାସନେ ବସନ୍ତି ଦେଖ
ତାର ନିର୍ଦ୍ଦୟ ରାକ୍ଷସ ହୃଦୟ ।
ହେ ବାପୁଜୀ, ଭାରତର ଏବେ ଦେଖ କି
ହୋଇଛି ପରିସ୍ଥିତି
ପଥବଣା ହୋଇଛନ୍ତି, ବଦଳୁଛି ତୁମର
ସମସ୍ତ ରୀତି ନୀତି ।
ଶାନ୍ତିର ଦୀକ୍ଷା ବିଶ୍ୱେ ଦେଇ ଯାଇ ଥିଲ
ଅହିଂସାର ମନ୍ତ୍ର ଗାଇ
ତୁମ ନାମରେ ଶାସନରେ ବସି ଶାସକ
ଆଜି ଧ୍ୱଂସରେ ଲାଗଇ ।
ନ୍ୟସ୍ତ ସ୍ବାର୍ଥ ପାଇଁ ଘୃଣ୍ଯ ରାଜନୀତିରେ
ଲାଗନ୍ତି ଏ ଯୁଗର ନେତା
ରକ୍ଷକ ହୋଇ ଭକ୍ଷକ ସାଜିଛି, ନୀରବ
ଆଜି ଆମର ଜନତା ।
ଯବାନ ଆଉ କିଷାନ ଦେଶର ଶ୍ୱାସ ପ୍ରାଣ
କଲ ତାଙ୍କ ଜୟର ସ୍ଲୋଗାନ
ଦେଶକୁ ଖାଉଅଛ ଲୁଟି ତୁମ୍ଭେ ନେତା ଭୁଲି
ଯାଇ ସରବ ହିତାହିତ ଜ୍ଞାନ ।
