STORYMIRROR

kamal kumar dash

Romance Action

4  

kamal kumar dash

Romance Action

ତୁମ ଠାରୁ ତୁମ ଚିଠି ଭାରି ଭଲ

ତୁମ ଠାରୁ ତୁମ ଚିଠି ଭାରି ଭଲ

1 min
437


  

ତୁମ ଠାରୁ ତୁମ   ଚିଠି ଭାରି ଭଲ 

      ଫୁଲାଏନି କେବେ ମୁଁହ 

 ତୁମ ମନ କଥା    କହିଯାଏ ଆସି 

       ଝରାଏନି କେବେ ଲୁହ ।(୧)

 ତୁମ ଠାରୁ ତୁମ   ସ୍ମୃତି ଭାରି ଭଲ

        ମୋର ପାଖେପାଖେ ଥାଏ 

 ତୁମ କଥା ଭାବି    ମନ ଦୁଃଖ ହେଲେ 

        ଫିକ କିନା ହସି ଦିଏ ।(୨)

 ତୁମ ପାଇଁ ଆଜି      କବିତା ଲେଖୁଛି 

       ମୋ ଲୁହ କୁ କରି କାଳି 

ପାର ଯଦି କେବେ   ଖୁସି ହୁଅ ତୁମେ      

      ମନ ଖୋଲି ଦେଇ ଗାଳି ।(୩)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance