ତୁମ ଠାରୁ ତୁମ ଚିଠି ଭାରି ଭଲ
ତୁମ ଠାରୁ ତୁମ ଚିଠି ଭାରି ଭଲ
ତୁମ ଠାରୁ ତୁମ ଚିଠି ଭାରି ଭଲ
ଫୁଲାଏନି କେବେ ମୁଁହ
ତୁମ ମନ କଥା କହିଯାଏ ଆସି
ଝରାଏନି କେବେ ଲୁହ ।(୧)
ତୁମ ଠାରୁ ତୁମ ସ୍ମୃତି ଭାରି ଭଲ
ମୋର ପାଖେପାଖେ ଥାଏ
ତୁମ କଥା ଭାବି ମନ ଦୁଃଖ ହେଲେ
ଫିକ କିନା ହସି ଦିଏ ।(୨)
ତୁମ ପାଇଁ ଆଜି କବିତା ଲେଖୁଛି
ମୋ ଲୁହ କୁ କରି କାଳି
ପାର ଯଦି କେବେ ଖୁସି ହୁଅ ତୁମେ
ମନ ଖୋଲି ଦେଇ ଗାଳି ।(୩)

