Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Action Others

4  

Bharatabandhu Biswal

Tragedy Action Others

ଅନଲାଇନ ଆସର

ଅନଲାଇନ ଆସର

1 min
569



ସମୟ ଚକ୍ରରେ ବିଜୟର ବାନା

ଉଡାଏ ଗଣ ମାଧ୍ୟମ

ଉପଯୋଗୀତାକୁ କରିଛି ସାବ୍ୟସ୍ତ

ଆସର ଅନଲାଇନ ।


କରୋନାକାଳୀନ ଆପଦା ପ୍ରବନ୍ଧେ

ସର୍ବେ ହେଲେ ଗୃହବନ୍ଦୀ

ରାସ୍ତାଘାଟ ହେଲା ସବୁ ଶୂନଶାନ

ଲଗାଇଲେ ଲୋକେ ତୁଣ୍ଡୀ ।


ଅଦ୍ଭୁତ ସଙ୍କଟ ମହାମାରୀ ଯୋଗୁ

ହୋଇଲା ଯେବେ ଉତ୍ପନ୍ନ

ପ୍ରମାଦ ଗଣିଲେ ଜନସାଧାରଣ

ସମ୍ବନ୍ଧ ସମ୍ପର୍କ ଚ୍ଛିନ୍ନ ।


ଆଧୁନିକ ଜ୍ଞାନ ବିଜ୍ଞାନ କୈ।ଶଳ

ଦେଖାଇଲା ଚମତ୍କାର

ଯୋଗାଯୋଗ ରକ୍ଷା ସମ୍ବାଦ ପ୍ରେରଣେ

ପ୍ରୟୋଗ ହେଲା ସଫଳ ।


ଅତି ଆବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ

ଜିନିଷ ସରବରାହ

ସହଜେ ହୋଇଲା ଅନଲାଇନରେ

ହେଲା ସାହିତ୍ୟ ଆସର ।


ଶିକ୍ଷା କାର୍ଯ୍ୟକ୍ରମ ନିରବଚ୍ଛିନ୍ନତା

ରହି ପାରିଲା ଅକ୍ଷୂର୍ଣ

ପିଲାଏ ପଢ଼ିଲେ ଘରେ ବସି ପାଠ

ଅନଲାଇନରେ କାମ ।


ବିଷ୍ଣୁ ପଦ କୋଣୁ ପ୍ରବାହିତ ଗଙ୍ଗା

ଯେସନ ପବିତ୍ର ଧାରା

ଉଦ୍ଧରେ ପ୍ରାଣୀଙ୍କ ଦୁଃଖ ଅପ୍ରମିତ

କୋପ ପାପ ତାପ ଭାରା ।


ଜ୍ଞାନ ବିଜ୍ଞାନ ର ଅପୂର୍ବ ସ°ଯୋଗ

ଇଣ୍ଟରନେଟ ଆଜିକାଲି

କରୋନା ସଙ୍କଟୁ କରୁଛି ଉଦ୍ଧାର

ଆଶା ପ୍ରଦୀପ ପ୍ରଜ୍ଜ୍ୱଳି ।

  



Rate this content
Log in

Similar oriya poem from Tragedy