ସାଦି ଡଟ୍ କମ୍
ସାଦି ଡଟ୍ କମ୍
ସେ କାଳ ପଖାଳ ପୁରୁଣା ହେଲାଣି
ଆସିଛି ମର୍ଡନ ଯୁଗ
ଆଙ୍ଗୁଠି ଟିପ ରେ ସବୁକିଛି ମିଳେ
ଯାହା କୁ ଯେମିତି ବାଗ ।
ଇଣ୍ଟରନେଟ୍ ଯୋଗେ ହେଉଛି ବିବାହ
ଲୋଡ଼ା ନାହିଁ ମଧ୍ୟସ୍ଥି ର
ସାହି ପଡିସା କି ବନ୍ଧୁ ବାନ୍ଧବ ଙ୍କୁ
ନାହିଁ ତେଲ ମାରିବାର ।
ମାଉସ୍ କ୍ଲିକ୍ ରେ ଖୋଲି ହୋଇ ଯାଏ
ହଜାର ହଜାର ତାଲିକା
ବର ହେଉ ଅବା କନ୍ୟା ପାତ୍ରୀ ହେଉ
ଟ୍ରେଣ୍ଡ ଏ ଆଜି କାଲିକା ।
ମନ ଲାଖି ସାଥି ନିଜ ପସନ୍ଦ ର
ଖୋଜା ଖୋଜି କଲେ ମେଳ
ଆମେରିକା ପୁଅ ଭାରତ ଝିଅ କୁ
ଗୁଜୁରାଟୀ କୁ ବଙ୍ଗାଳ ।
ସାରା ବିଶ୍ୱ ର ପାତ୍ର ପାତ୍ରୀ ଆଜି
ଗୋଟିଏ ମଞ୍ଚ ରେ ଠିଆ
ରେଜିଷ୍ଟର କରି ନିଜର ଠିକଣା
ପ୍ରସ୍ତାବ ଦିଆ ନିଆ ।
ନିଜର ପସନ୍ଦ ନିଜର ଯୋଗ୍ୟତା
ରୁଚି ଅରୁଚି ବୟସ
ଚେହେରା ଚଳଣି ବ୍ୟକ୍ତିଗତ ତଥ୍ୟ
ଥାଏ ସେଥିରେ ଅଶେଷ ।
ମନୋନୀତ କରି ମନ ଲାଖି ସାଥି
ଚାଟିଙ୍ଗ୍ ରେ ହୁଏ ଆଳାପ
ପସନ୍ଦ ହୋଇଲେ କଥା ବଢି ଚାଲେ
ବିବାହ ରେ ହୁଏ ମେଳାପ ।
ସାଦି ଡଟ୍ କମ୍ ଭର୍ ଚୁଆଲ୍ ବିବାହ
ଲୋକ ପ୍ରିୟ ଆଜି କାଲି
ଯୁବ ସମାଜ ର ଭାଵ ଦିଆ ନିଆ
ହୁଏ ସହଜ ରେ ବୋଲି ।
ସୁଖ ମୟ ହୁଏ ସଂସାରି ଜୀଵନ
ମିଳେ ମନ ଲାଖି ସାଥି
ଦୋଷୀ ନ ହୁଅନ୍ତି ପିତା ମାତା କେବେ
ଘଟି ଗଲେ ଅପ୍ରିତି ।
ହୁଏନା ଅଧିକ ଅର୍ଥ ବ୍ୟୟ ପୁଣି
ଅଟେ ସମୟ ସାପେକ୍ଷ
ଏ ଯୁଗ ପାଇଁ ଭର୍ ଚୁଆଲ୍ ବିବାହ
ଶ୍ରେୟସ୍କର ମନଲାଖ ।
