ଆଶାର କିରଣ
ଆଶାର କିରଣ
ଦେଖୁ ଦେଖୁ ଆସି ଦୁଇ ବର୍ଷ ବିତିଗଲା କରୋନାର,
ତଥାପି ଜୀବନକୁ ନେଇ ରହିଛି ମଣିଷ ବଡ଼ ଚିନ୍ତାରେ |
ଚେଷ୍ଟା କରୁଛନ୍ତି ବୈଜ୍ଞାନିକ ,ଖୋଜୁଛନ୍ତି ସବୁ ତାର ପ୍ରତିକାର ,
ବିଜ୍ଞାନ ଆଜି ଏକମାତ୍ର ସାଥି ,ଦେଉଛି ଆଶା, ଭରସାର |
କେତେ କେତେ ଦେଶ ଲାଗିଛନ୍ତି ,ତାକୁ ଅଟକାଇବା ପାଇଁ ,
ତାର ପ୍ରତିରୋଧ ପାଇଁ ,ନୂଆ ଔଷଧକୁ ବିକଳେ ଚାହିଁ |
ଆକୁଳରେ ଯେବେ ବୈଜ୍ଞାନିକ କଲେ ପ୍ରତିଷେଧର କିଛି ବ୍ୟବସ୍ଥା
ଆଶାର କିରଣ ଜାଗିଲା ମନରେ ,ଦେଖି ଏହି ରାସ୍ତା |
ସେହି ଆଶାର କିରଣ ,ଦେଇଛି ମନରେ ଅନେକ ବଳ,
ଜଗିରଖି ସର୍ବେ ଚଳନ୍ତି ସଭିଏଁ ,ବେଳ ନୁହେଁ ଅନୁକୂଳ |
ଏହି ଦୁର୍ଗତିର ଅନ୍ଧାରେ ,ଡୁବିଥିଲା ସଭିଙ୍କ ସବୁ ଅର୍ଥନୀତି ,
ବୈଜ୍ଞାନିକ ଭରିଲେ ଆଶାର କିରଣ ,ଦମ୍ଭହେଲା ଏବେ ଛାତି |
ଧୀରେ ଧୀରେ ସବୁ କୋହଳ ହେଲା ,କିଛି ଖୋଲାହେଲା ,
ସେହି ଅନ୍ଧାର ଭିତରେ ,ଆଶାର କିରଣ ସାଥି ହେଲା |
ଅନିଶ୍ଚିତତା ମଧ୍ୟେ ଥିଲେ ବିଦ୍ୟାର୍ଥୀ ,ଲାଗୁଥିଲା ବଡ଼ ଡର,
ପ୍ରତିଷେଧକ ଟୀକା ,ଆଶାର କିରଣ ହେଲା ଏବେ ସଭିଙ୍କର |
ତଥାପି ଏବେବି କିଛି ନେତାଙ୍କର ଉଦୟ ହେଇନି ବୁଦ୍ଧି ,
ଆଶାର କିରଣକୁ ହତାଦର କରି ,ସ୍ୱାର୍ଥକୁ କରନ୍ତି ସିଦ୍ଧି |
ଲଜ୍ଜ୍ୟା ଲାଗେ ଏବେ ଦେଖି ଏହି ସ୍ୱାର୍ଥପର ମଣିଷଙ୍କୁ ,
କେମିତ କେଜାଣି ନଷ୍ଟ କରିବାରେ ଲାଗନ୍ତି ,ଆଶାର କିରଣକୁ।
ଏବେ ତ ଲାଗୁଛି , ବିଧାତା ସତରେ ଅଣ୍ଟା ଭିଡିଛି ,
ଏହି ଆଶାର କିରଣକୁ ,ଏବେ ଆହୁରି ଶକ୍ତିଶାଳୀ କରୁଛି |
ଏହି କରୋନା ମହାମାରୀ ,ଏବେ ତାର ରୂପ ବଦଳାଉଛି ,
ବିଚଳିତ ମଣିଷ ,କିନ୍ତୁ ଆଶାର କିରଣକୁ ଜାବୁଡି ଧରିଛି |
ଲାଗୁଛି ସତରେ ଏହି ଆଶାର କିରଣ ,ବଡ଼ ତେଜୀୟାନ ,
କରୋନାକୁ ହଟାଇ ,ରଖିବ ଜଗତେ ସବୁ ମଣିଷଙ୍କ ଜୀବନ |
ଦୁଃଖୀରଙ୍କି ଠାରୁ ବଡ଼ ବଡ଼ ଯେତେ ଧନୀ ଅଛନ୍ତି ,
ଏହି ଆଶାର କିରଣକୁ ପାଇ, ଏବେ ବଳିୟାନ ହୁଅନ୍ତି ।