Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Action Inspirational

4  

Pranati Mahapatra

Action Inspirational

ତୁହି ମାଆ ବ୍ରହ୍ମଚାରିଣୀ

ତୁହି ମାଆ ବ୍ରହ୍ମଚାରିଣୀ

1 min
367


ନବରାତ୍ର ପୂଜା ଦ୍ଵିତୀୟ ଦିବସେ 

ତୁହି ମାଆ ବ୍ରହ୍ମଚାରିଣୀ

ଅମା ଅନ୍ଧକାର ଦୂରୀଭୂତ କରୁ

ଜୟ ମା ବିଶ୍ଵକଲ୍ୟାଣୀ

ତୁହି ମାଆ ବ୍ରହ୍ମଚାରିଣୀ ।


ମାଆ ମାଆ ବୋଲି ବିକଳରେ ତୋତେ

ଡାକନ୍ତି ତୋ ଝିଅ ପୁଅ,

ତୁ ଆଶା ଭରସା ବୋଲି ତ ବିଶ୍ବାସେ

ଛୁଟେ ମା ଭକତି ସୁଅ,

ଆଦରି ନେ ମାଆ ଦୂରେଇ ଦେ ଦୁଃଖ

ମାଆଲୋ ଜଗଜ୍ଜନନୀ

ତୁହି ମା ବ୍ରହ୍ମଚାରିଣୀ ।


ସଭିଙ୍କ ଅନ୍ତରେ ସଦା ପାଉ ପୂଜା

ପୁଣି ମହାଆଡ଼ମ୍ବରେ,

କୃପାଶିଷ ମାଆ ଦେ ତୁ ବରଷି

ଗୁହାରୀ ଘେନ ମା' ବାରେ,

ଦୁର୍ଗତି ନାଶିନୀ ଅଭୟ ଦାୟିନୀ

ମାଆ ତୁ ସିଂହ ବାହିନୀ

ତୁହି ମାଆ ବ୍ରହ୍ମଚାରିଣୀ ।


Rate this content
Log in

Similar oriya poem from Action