ଚାରି ବାନ୍ଧଵୀ
ଚାରି ବାନ୍ଧଵୀ
ମଣିଷ ଗଢ଼ା କାରଖାନା ସେତ
କୁହନ୍ତି ସଭିଏଁ ବିଦ୍ୟାଳୟ
ଚାରି ବାନ୍ଧବୀ କାର୍ଯ୍ୟରତା
ନାମ ବବିତା, ମିତାଲି, କ୍ରିଷ୍ଣା, କଳ୍ପନା ।
ନାରୀ ପ୍ରେମମୟୀ, ଶକ୍ତିସ୍ୱରୂପିଣୀ
ବାତ୍ସଲ୍ୟମୟୀ, ଶ୍ରଦ୍ଧାସ୍ୱରୂପିଣୀ
ସଦା କହୁଅଛି ଜଗତ
କାର୍ଯ୍ୟସ୍ଥଳେ ହୁଏ ପ୍ରତିପାଦିତ ।
ବବିତା ନୁହେଁ ସେ କବିତା
ବଚନେ କରେ ପର କୁ ଆପଣା
ଶାନ୍ତବେଳେ ସେ ମଧୁର ଭାଷିନୀ
କ୍ରୋଧେ ସାଜିଥାଏ ମା ଚଣ୍ଡୀକା ।
ସତକର୍ମ କରି ସତ ଆଚରି
କରୁଥାଏ ନିଜର କର୍ମ
ଅନ୍ୟାୟ ଅନୀତି ସାହିପାରେନି ସେ
ଗର୍ଜନେ କରେ ପ୍ରତି ହତ ।
ଶାନ୍ତ କୋମଳ ମଧୁର ହସେ
କର୍ତ୍ତବ୍ୟ ପାଳନ କରେ
କ୍ରିଷ୍ଣା କୁମାରୀ ସବୁରି ଆପଣା
କଥାରେ ସେ ମନ ମୋହେ ।
ମିତାଲି ଅଟଇ ଧର୍ଯ୍ୟ ର ପ୍ରତୀକ
ପର୍ବତ ପରି ସେ ଅଟଳ
କର୍ମ କୁ ନିଜର ଭଗବାନ ମଣେ
କରେନି ସମାଲୋଚନା ର ଖାତର ।
ନିଜ ମୁଖେ କି ବର୍ଣ୍ଣିବି
କଥା ମୋହର ଚେଷ୍ଟିତ ସଦା
ମୋହ ପାଇଁ ଦୁଃଖ ନ ଲଭୁ କାହା ଅନ୍ତର l
