STORYMIRROR

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ଅତିଥି

ଅତିଥି

1 min
461


ଅତିଥି ଅଟନ୍ତି ଦେବତା ଆମର

ଉଚିତ ତାଙ୍କ ସତ୍କାର

ସୈ।ଜନ୍ୟତା ନୁହେଁ ଦେବା ଅପମାନ

ଅଭଦ୍ର ଦୁଃବ୍ୟବହାର ।


ଆଦର ସହିତ କଥୋପକଥନ

କଲେ ଖାଦ୍ୟ ଜଳଦାନ

ଅତିଥି ଲଭନ୍ତି ଶାନ୍ତି ଓ ସନ୍ତୋଷ

ଗୃହସ୍ଥ ଅର୍ଜନ୍ତି ପୁଣ୍ୟ ।


ଅତିଥି ହୁଅନ୍ତି ଆମ ସମଭାଗୀ

ସା°ସାରିକ ଦୁଃଖ ସୁଖେ

ବିରାଜନ୍ତି ଲକ୍ଷ୍ମୀ ସୈ।ଭାଗ୍ୟ ସମ୍ପଦ

ଅତିଥି ଦେବଙ୍କ ରୂପେ ।


ଆମ ସସ୍କୃତିରେ ଅତିଥି ଅଟନ୍ତି

ନର ରୂପି ନାରାୟଣ

ତାଙ୍କ ସେବାଯତ୍ନ ପରମ କର୍ତ୍ତବ୍ୟ

ନ ହୁଅ ତିଳେ କାର୍ପଣ ।


ଗୃହରେ ବଢ଼ଇ ଆନନ୍ଦ ଉଲ୍ଲାସ

ଅତିଥି ସେବା ସୁଫଳେ

ସହର୍ଷେ ପାଛୋଟି ନିଅ ଅତିଥିଙ୍କୁ

ଦାନ ଦିଅ ଅକାତରେ ।


ଅତିଥିଙ୍କ ରୂପେ ଠକଭଣ୍ଡ କିଏ

ନ ଆସନ୍ତୁ ଅଚାନକ

କରଣୀୟ ଅଟେ ପରୀକ୍ଷା ନିରୀକ୍ଷା

ରହିବା ସଦା ସତର୍କ ।


Rate this content
Log in

Similar oriya poem from Action