STORYMIRROR

Adarsh K CHAND

Romance Fantasy

3  

Adarsh K CHAND

Romance Fantasy

ଅନନ୍ତ ପ୍ରେମର ଶାଶ୍ଵତ ପ୍ରେମିକ

ଅନନ୍ତ ପ୍ରେମର ଶାଶ୍ଵତ ପ୍ରେମିକ

1 min
180

ସୂର୍ଯ୍ଯାଗମିତାଂଶୁ         ଦିବ୍ୟ ଚକ୍ଷୁଧାର

        ଘନ ବାରିବାହ କେଶ

ସଦା ହରିତ୍ ମୁଖେ        ଓଷ୍ଠପଲ୍ଲବେ

         ମୁଖରିତ ଶ୍ବେତ ହସ ।। (୧)

ଅଳିକେ କିରୀଟ         କଳାନିଧି ଜ୍ଯୋତି

         ନିମ୍ରୋଚନେ ଚମତ୍କୃତ

ରକ୍ତୋତ୍ପଳଶୁଭ୍ର          କୈରବାଳଙ୍କାରେ

         ତୋର ତନୁ ଅଳଙ୍କୃତ ।। (୨)

ସୁନୀଳ ସଳୀଳେ         ଦ୍ଯୋତିବିମ୍ବ ଭାସେ

         ବସନ ତୋ ବିଭାସିତ

କୋକିଳ କଜ୍ଜ୍ବଳେ        ସୁମନ ସୁବାସେ

        ତୋ ଶରୀର ସୁବାସିତ ।। (୩)

ରେ ନିର୍ଝର! ତୋର        ଝରଝର ସୁର

         ଧ୍ବନିତ ନୂପୁର ନାଦ

ତୋଳିଥାଏ ଅଂଶୁ         ଗିରି ରୂପା ହସ୍ତ

         ନିର୍ଝରିଣୀ ତୋର ପାଦ ।। (୪)

ତୋ ରୂପଲାବଣ୍ଯ        ଦର୍ଶନେ ସୁମତ୍ତ

        ହୋଇଛି ମୋ ହୃଦଦେଶ

ଅନନ୍ତ ପ୍ରେମର          ଶାଶ୍ଵତ ପ୍ରେମିକ

        ମୋର କି ଅବା ଦୋଷ ।। (୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance