STORYMIRROR

Adarsh K CHAND

Tragedy Classics Fantasy

4  

Adarsh K CHAND

Tragedy Classics Fantasy

ହେ ସ୍ବପ୍ନ ମଗ୍ନ କବି

ହେ ସ୍ବପ୍ନ ମଗ୍ନ କବି

1 min
363

ଶୁଣ ଥରେ ହେ ସ୍ବପ୍ନ ମଗ୍ନ କବି

ଦେଖ ଦୁଇ ଘଡ଼ି ବାସ୍ତବତାକୁ ନିରୀଖି

ଆହ୍ବାନିତ ତୁମେ ଏକ ବ୍ୟସ୍ତ ସକାଳେ

ଅପେକ୍ଷିତ ଆଜି ପ୍ରଶଂସକ ବହଳେ ।


ସ୍ବପ୍ନେ ବିଭାସିତ ଯାହା ବର୍ଣ୍ଣନା କର,

ପ୍ରାଣେ ବିକଶତ ଏକ ଶୂନ୍ୟ ପରିଧିରେ

ସୁନ୍ଦର ସେଇ ରଚନା ଅନାବୃତ କର

ପ୍ରକଳ୍ପିତ ଯାହା ସେ ଭାବନା ନଦୀରେ ।


ଆସ ଥରେ ହେ ସ୍ବପ୍ନ ମଗ୍ନ କବି

ଆମେ ଚାଲିଥିବା ସେଇ ଗନ୍ତବ୍ୟ ପଥରେ

ଆଶ୍ବାସିତ ଆମେ ସବୁ ତୁମ ଲେଖନୀରୁ

ଆମୋଦିତ ଆଜି ତୁମ ଦେଦୀପ୍ଯ ରଥରେ।


ପଥଭ୍ରାନ୍ତ କବିର ପୁନଃ ଏପରି କି ସ୍ବପ୍ନ,

ପଥଶ୍ରାନ୍ତ ପଥଚାରୀର ବିଶ୍ରାମ ଭଳି

ପବନ ବେଗରେ ଆବେଗକୁ ଭରି ସତେ,

ପଥପ୍ରାନ୍ତେ ଦେଖ ଲୋଭନୀୟ ଦୃଶ୍ଯାବଳୀ ।


ଦେଖ ଥରେ ହେ ସ୍ବପ୍ନ ମଗ୍ନ କବି

କହ କିଞ୍ଚିତ ତୁମ ସ୍ବପ୍ନ ପ୍ରଦେଶ ଛବି

ବିହ୍ବଳିତ ଆଜି ଏ ସଭା ମୌନତା ଭାବି

ଚେତ, ଆବୃତ୍ତି କର କଣ ଚିନ୍ତୁଛ ନିରବୀ ।


ଶାଶ୍ଵତ ସାହିତ୍ୟ କୃତିରେ ପ୍ରକୃତି ସ୍ତବ୍ଧ,

ସ୍ବପ୍ନ ବନେ ମନ ଉପବନେ ମନ୍ତ୍ରମୁଗ୍ଧ

ଶ୍ରୋତା ମନେ ସଞ୍ଚାରେ ଶାନ୍ତ ସ୍ବର ସେ ସ୍ନିଗ୍ଧ

ସାୟନ୍ତନେ ଜାଳେ ମର୍ମ ଜ୍ବାଳା କରେ ବିଦଗ୍ଧ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy