STORYMIRROR

Akshayakumar Dash

Action Fantasy Inspirational

3  

Akshayakumar Dash

Action Fantasy Inspirational

ଗୋପବନ୍ଧୁ

ଗୋପବନ୍ଧୁ

1 min
171


ଦିନ ଗଡିଯାଏ

କଥା ରହିଥାଏ

ବିପଦ ବେଳାରେ ସାଥି,

କରି ଆପଣାର

ପହଂଚି ଦୁଆର

ସେବକ ପରାଏ ମାତି ।


ଧରିନିଏ  ହାତ

ଖୋଇଦିଏ ଭାତ

ପୋଛିଦିଏ ଆଖି ଲୁହ,

ଦିନବନ୍ଧୁପରି

ଗୋପବନ୍ଧୁ ସରି

ଆଉ କିଏ ଜଣେ କୁହ?।


ବେମାର ରେ ପୁଅ

ମାଡ଼ିଆସେ ସୁଅ

ଭାଙ୍ଗି ବଂଧ ବାଡ଼ ଘର,

ଦାସେ ଥିଲେ ବୋଲି

ଆସି ନେଲେ ତୋଳି

ଭାବିଲେନି ଜମା ପର ।


ପକାଇଲେ ମନେ

ଜଳଘେରା ଜନେ

ଉପାସ ଭୋକରେ ମୋର,

ଆଖିର ଲୁହରେ

କେମିତି କୁହରେ

ଭୁଞ୍ଜିବି ଅର୍ଣ୍ଣକୁ ତୋର ।


ଲୋକଙ୍କ ସେବାରେ

'ସମାଜ' ହେବାରେ

ବନ୍ଧୁ ଦେଇଗଲେ ଗଢି,

ଆଜିଏ ଦିନରେ

ଲାଗୁଛି ମନରେ

ସାଥି ଟିଏ ତାକୁ ପଢି ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action