ନବ ଭାରତର ନାଗରିକ ଆମେ
ନବ ଭାରତର ନାଗରିକ ଆମେ
ଆମେରେ ଆମେରେ ଆମେରେ ଆମେରେ
ହେବା ଏ ଦେଶର ନାଗରିକ,
ଆସରେ ଆସରେ ଆସରେ ଆସରେ
ଦେବା ଆମେ ସବୁ ମିଶି ଡାକ l
ଆଉ କେତେଦିନ ସୁପତ ଭାବରେ
ରହିବା ଆଗ୍ନେୟଗିରି ପରି,
ଆସରେ ସମସ୍ତେ ମିଶିଯିବା ଆସ
ସମୁଦ୍ରରେ ନଦୀ ମନେକରି l
ଭାରତ ମାତାର ଆମେରେ ସନ୍ତାନ
କାହିଁକି ମନେ କର ଆତଙ୍କ l
ଆମରି ବାହୁରେ ଅଛି ଏବେ ବଳ
ଚାହିଁଲେ ଟଳିବା ପରବତ,
ବୀର ଦର୍ପରେ ଆଗକୁ ଯିବା ମାଡି
ଶତ୍ରୁମାନଙ୍କୁ କରି ନିହତ l
ଏହି ଦେଶ ପାଇଁ ଦେବାରେ ଜୀବନ
ସାଜି ଆମେ ବୀର ସଇନିକ l
ଭାରତ ଆମର ଅଟଇ ଜନନୀ
ତାହାରି କୋଳେ ଆମ ଜନମ,
ଯେତେ ଝଡ ଝଞ୍ଜା ତା ପାଇଁ ଆସିଲେ
କରିବା ଆମେ ସବୁ ସଂଗ୍ରାମ l
ନବ ଭାରତର ନାଗରିକ ଆମେ
ରଖିବା ସଦା ତାହାରି ଟେକ l