STORYMIRROR

ଫକୀର ପରିଡ଼ା

Romance Fantasy Others

3  

ଫକୀର ପରିଡ଼ା

Romance Fantasy Others

କଳ୍ପିତ ନାୟିକା

କଳ୍ପିତ ନାୟିକା

1 min
133


ସେଦିନର ନଇଁଆସୁଥିବା ଶିତୁଆ ସଂଧ୍ୟାଆଉ

ଗୋଟେ ଯୁଗ ପରେ ତମସହ ଦେଖା।


କହିବ କି ?

ସେଦିନ କିଏ ବେଶି ସୁନ୍ଦର ଦିଶୁଥିଲା ?

ଦୂର ଦିଗବଳୟରୁ 

ଉଇଁ ଆସୁଥିବା ଜହ୍ନ

ନା ତୁମ ଚିବୁକ ପାଖର କଳାଜାଇ !


କାହାର ଥିଲା ଉଷ୍ଣତା ବେଶି?

ତୁମେ ଧରିଥିବା ଚା' କପ୍ ରୁ

ଉଠି ଆସୁଥିବା ଗରମ ବାମ୍ଫ 

ନା ତୁମ ଅନ୍ତର ଥରେଇ

ଧସେଇ ଉଠୁଥିବା କୋହର ଉଛ୍ୱାସ !


କେଉଁଥିରେ ଥିଲା ବେଶି ନିଶା?

ମୁଁ ସଦ୍ଯ ବନେଇ ଥିବା ପେଗ୍ ରେ

ନା ତୁମ ଆଖିର ଆକ୍ତାମାକ୍ତା ଚାହାଣୀ ରେ?


ନା.. ମୁଁ ବୁଝିସାରିଛି।

ତୁୁମେ ଆଜି ମୋ ଛନ୍ଦରେ ଛନ୍ଦାୟିତା

କାଲି ହେବ ମୋ ହୃଦୟର ଏକ ବିଶାଳ ଶୂନ୍ୟତା।

ଏଇ ଅଛ

ଏଇ ନାହଁ

ତୁମେ ନିଶ୍ଚେ ମୋ ମନର 

କଳ୍ପିତ ନାୟିକା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance