STORYMIRROR

ଫକୀର ପରିଡ଼ା

Abstract Drama Classics

4  

ଫକୀର ପରିଡ଼ା

Abstract Drama Classics

ସମ୍ପର୍କର ଇତିହାସ

ସମ୍ପର୍କର ଇତିହାସ

1 min
377

ଇତିହାସ କଡ ଲେଉଟାଇଲା ପରି ଓଲଟି ଯାଉଛି କିଛି ସମ୍ପର୍କ

ନୈତିକତାର ମୁଖା ତଳୁ ଉଙ୍କିମାରେ ନିଚ୍ଛକ ଭୌତିକତାର ତୀର୍ଯ୍ୟକ

ମୋହାନ୍ଧ କାମାନ୍ଧ ଚେତନା ସବୁ ଏବେ ଜୀବନ ନନ୍ଦିଘୋଷର ବାହକ

ସମ୍ପର୍କର ଦ୍ବାହି ଦେଇ ସର୍ବେ ସ୍ବାର୍ଥବାରୁଣୀ ରେ ବୁଡଦେବାକୁ ଇଚ୍ଛୁକ ।


ମାତୃଗର୍ଭେ ଚିର ତମସାରେ, ଅନୁଭବେ ସମ୍ପର୍କର ମୃଦୁମନ୍ତ ଶିହରଣ

ଭୂମିଷ୍ଠ ହେବାକ୍ଷଣି କ୍ରନ୍ଦନ ଧ୍ବନିରେ ଲୋଡେ,ବାତ୍ସଲ୍ୟର ମିଠା ଆମନ୍ତ୍ରଣ

ବିସ୍ମୃତ କି ଦାମ୍ପତ୍ୟ ଦହଗଞ୍ଜ…ଶୁଣି ପିତୃତ୍ବର ଅମୃତ ଉଚ୍ଚାରଣ !

ସଂସାର ମନ୍ଦିରେ ପିତାମାତା’ର ଅଭୟେ, ପାଶୋରେ କର୍ତ୍ତବ୍ଯ

ଆଚରଣ ।


ଟପି ସବୁ ସନ୍ତର୍ପଣ, ସଂସ୍କାର, ସଂସ୍କୃତି,ସଯତ୍ନେ ଉଦଗାରିଲେ ପ୍ରେମ

ଦେହର ଦହନେ ଜଳିଗଲା, ବୈବାହିକ ସମ୍ପର୍କର ସବୁ ଗୂଢ଼ ମର୍ମ

ଦି’ଦିନ ଦାମ୍ପତ୍ୟ ହୁଂକାର ରେ ଶୁଭେ,ସଶକ୍ତିକରଣ’ର ସହସ୍ର ନାମ

ସମାନତା, ସ୍ବାଧୀନତା, ସ୍ବତନ୍ତ୍ରତା’ର ମହାଯଜ୍ଞେ ବଳିପଡେ ସ୍ବଧର୍ମ ।


ମରି ଯାଉଛି ପ୍ରେମ, ଆତ୍ମୀୟତା, ବନ୍ଧୁତ୍ବ, ସୌହାର୍ଦ୍ଦ୍ୟର ସ୍ନେହାବୀଳ ଶବ୍ଦ

ଆଧୁନିକତାର ବିଶାଳ ଦୁର୍ଗରେ, ସମାଧିସ୍ଥ ହୁଏ ସମ୍ପର୍କର ଅବ୍ଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract