STORYMIRROR

ଫକୀର ପରିଡ଼ା

Crime Fantasy Children

4  

ଫକୀର ପରିଡ଼ା

Crime Fantasy Children

ଅଭିମାନୀ ରଜ

ଅଭିମାନୀ ରଜ

1 min
317

ଅଭିମାନ କରି ଅସୁନାହିଁ ରଜ

ଭୁଲିତ ଗଲାଣି ମୋ ଗାଁ ଭୁଇଁ

ଦେଖୁନାହିଁ ଆଉ ପୂର୍ବ ପରମ୍ପରା 

ଆଧୁନିକତାର ଛାପ ଦିଶଇ,।


ପିଠାପଣା ଅଉ ହେଉନି କା ଘରେ

ଫଳ,ଫୁଲର ବି ହେଉନି ମେଳ

ଝିଅ ଭୁଲିଲେଣି ପୁଚି ଖେଳକୁ ତ

ପୁଅ ବି ଭୁଲିଲେ ବାଗୁଡି ଖେଳ,।


ନାହିଁ ସୁଆଦିଆ ପୋଡପିଠା ଆଉ

ଘସି,କାଠଚୁଲି ଉଭେଇ ଗଲା

କାକରା,ଆରିସା,ଚକୁଳି ପିଠାକୁ

ଓଭିାନ୍ କେକ୍ ତାଜାଗା ନେଲା,।


ବେଶ,ପରିପାଟି,ଚନ୍ଦନ ଟିପାକୁ

ଭୁଲିଲେଣି ଗାଁ କୁଆଁରୀ ମାନେ

ପରମ୍ପରା କଥା ଭାବନାଠୁ ଦୂରେ

ଅତ୍ୟାଧୁନିକତା ଭରିଚି ମନେ,।


ଚଉଷଠି ମଶଲା ପାନ ହଜିଗଲା

ଖାଇଲେଣି ଝିଅ ଜର୍ଦା ଘୁଟୁକା

କହିହେବ ନାହିଁ ଆଉ କି ଅଭ୍ୟାସ

ସବୁ ନିଶାରେ ତ ହେଲେଣି ପକ୍କା ?


ନାହିଁ ସେ ହଳଦି,ନାହିଁ ସେ ଅଳତା

ଭୁଲି ତ ଗଲେଣି ମଥାରେ ବିନ୍ଦି

ସଜବାଜେ ଆଉ ମନ ନବଳାନ୍ତି

ଲଗାଈ ଟିକେ ହାତେ ମେହେନ୍ଦି,।


ଗାଁ ବୁଲା ଆଉ ଲାଗୁନାହିଁ ଭଲ

ରାଗ ଇର୍ଷାରେ ତ ଗଲେଣି ଜଳି

ସାଙ୍ଗ ସାଥି ମେଳ ଦୂରେଇ ଗଲାଣି

କିଏ କାହାସାଥେ କଲେଣି କଳି,।


ଭୁଲି ତ ଗଲେଣି,ସେ ରଜ ଗୀତ ଲୋ

ବନସ୍ତେ ଡାକିଲା ଗଜ

ମନେ ବି ପଡୁନି,କେଉଁ ମାସେ କେବେ

ଆସଇ ରଜ ପରବ,।


ଭାଇ,ବନ୍ଧୁ ଆଉ ଦୂର ସମ୍ପର୍କିୟ

ନଆସନ୍ତି ଅଭିନନ୍ଦନ ନେଇ

କାର୍ଯ୍ୟଭାର ହୁଏ ଏକଇ ବାହାନା

ଧିରେ,ଧିରେ ଯାଆନ୍ତି ଦୂରେଇ,।


ନାହିଁ ଦୋଳି ଆଉ ବରଗଛ ଡାଳେ

ଖେଳିବାକୁ ଗାଁରେ ନାହାଁନ୍ତି ଝିଅ

ସେଥିପାଇଁ ରଜ ଅଭିମାନ କରି

ଗାଁ,ଭୁଇଁ ଠାରୁ ନିଏ ବିଦାୟ ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime