STORYMIRROR

Sangita Mishra Satapathy

Tragedy Crime

3  

Sangita Mishra Satapathy

Tragedy Crime

ପ୍ରତ୍ଯାକ୍ଷିତା

ପ୍ରତ୍ଯାକ୍ଷିତା

1 min
171


ଅଳିଆରଦାନୀ କଲା ଆପଣାର

ମାଆ କଲ ପରିତ୍ୟକ୍ତା

ଶ୍ବାନ ଶୃଗାଳଗହଣେ ଖୋଜେ ଆଜି ମୁଁ 

ମାଆ ବକ୍ଷର ଅମୃତ।

ପିୟୂଷଧାରାରୁ ମମତା ମହୁରୁ

କାହିଁକି କଲ ବଞ୍ଚିତ?

ସ୍ବର୍ଗରୁ ମହାନ ମାଆ ପରା ତୁମେ

କାହିଁକି ଏ ନିର୍ଦୟତା?

ପୁଅ ଖାଲି କିବା ସନ୍ତାନ ତବ

କନ୍ୟା କର ପରିତ୍ୟକ୍ତା

ମୁଁ ହେବି ପଦ୍ମିନୀ,କଳ୍ପନା, ନିବେଦିତା

ଆତ୍ମଜା ତୁମ ହେବ ବିଶ୍ବଜିତା

କର ନାହିଁ ନିଷ୍ପେଷିତା ।



Rate this content
Log in

Similar oriya poem from Tragedy