Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Horror Tragedy Crime

3  

Bharatabandhu Biswal

Horror Tragedy Crime

ଅଭୁଲା-୧୩

ଅଭୁଲା-୧୩

1 min
226



ଇଂରେଜ ଶାସନ  କଳଙ୍କ ଦିବସ

   ଅପ୍ରେଲ ମାସ ତେଏର

ପଞ୍ଜାବ ପ୍ରଦେଶ ଜାଲିୱ।ନାବାଗ

   ଅଟେ ମୁକସାକ୍ଷୀ ତାର ।

ନିରସ୍ତ୍ର ଜନତା  ହୋଇ ଏକଯୁଟ

    କରୁଥିଲେ ଜନସଭା

ପବିତ୍ର ବୈଶାଖୀ ପାଳନ ନିମନ୍ତେ

   ଏକତ୍ରିତ ଥିଲେ ପ୍ରଜା ।

ସଇଫୁଉଦ୍ଦିନ ସତ୍ୟପାଲ ନାମେ

   ଦୁଇ ମୁକ୍ତି କାମୀ ନେତା

ଗିରଫ ହୋଇଣ ଅଜ୍ଞାତ ସ୍ଥାନରେ

   ଭୋଗୁଥିଲେ ଦଣ୍ଡ କାରା ।

ଲୋକ ସ୍ୱ।ତନ୍ତ୍ରତା ସ୍ୱ।ଧୀନ ଚେତନା

   ଜନଜାଗରଣ ଭୟ

କୁଟୀଳ ଇଂରେଜ ରାଓଲାଟ ଆକ୍ଟ

   ଆଇନ କଲା କଠୋର ।

ରାଇଫଲ ହସ୍ତେ ନବମ ଗୁରଖା

   ଶିଖସିନ୍ଧ ରେଜିମେଣ୍ଟ

ପଚାଶ ସୈନିକ ଚଳାଇଲେ ଗୁଳି

   ଆଖିବୁଜା ଅଚାନକ ।

ଡାୟାର ନାମକ ହିଂସ୍ର ସଇତାନ

   ସେନାପତି ବ୍ରିଗେଡର

ନିର୍ମମ ଆଦେଶ ବଳରେ ନୃଶଂସ

   ହତ୍ୟାକାଣ୍ଡ ଅନ୍ଧକୂପ ।

ସହସ୍ରୁ ଅଧିକ  ହୋଇଲେ ଶହୀଦ

   ଆହତ ଦୁଇ ସହସ୍ର

ଷୋଳଶ ପଚାଶ ଫୁଟିଥିଲା ଗୁଳି

   ଦଶ ମିନିଟ ପ୍ରାୟକ ।

ବଢିଲା ପ୍ରବଳ  ଜନ ଅସନ୍ତୋଷ

    ଚାଲିଲା ଅସହଯୋଗ

ବର୍ଜନ ହୋଇଲା ବିଦେଶୀ ଜିନିଷ

    ଦପ୍ତର ହୋଇଲା ବନ୍ଦ ।

ଆନ୍ଦୋଳନ ଯୋଗୁଁ ତୀବ୍ରତର ହେଲା

    ସ୍ୱ।ଧୀନତା ଆନ୍ଦୋଳନ

ହଟିଲା ଇଂରେଜ ବିଦେଶୀ ଶାସନ

    ଦେଶ ହୋଇଲା ସ୍ୱ।ଧୀନ ।

    


Rate this content
Log in

Similar oriya poem from Horror