STORYMIRROR

Prafulla Chandra Mishra

Romance Crime

3  

Prafulla Chandra Mishra

Romance Crime

ପ୍ରେମ ରେ ଛଳନା ଅସହ୍ୟ

ପ୍ରେମ ରେ ଛଳନା ଅସହ୍ୟ

1 min
211


ଜଳନ୍ଧର ମହାବୀର ସତ୍ୟଯୁଗେ ଶିବଅଂଶେ ହେଲା ସମ୍ଭୁତ

ସରଗ,ପାତାଳ,ମେଦିନୀ ରକ୍ଷସ କରିଲା ବଳେ କରାଗ୍ରତ

ଭାଳେଣି ପଡ଼ିଲା ଦେବତା ଗନ୍ଧର୍ବେ ତ୍ରାହି ତ୍ରାହି ଡାକ ଛାଡ଼ିଲେ

ଦାନବ କଷଣ ଅସହ୍ୟ ଦୂଷଣ ବିଷ୍ଣୁଙ୍କ ଆଗେ ଜଣାକଲେ ।।


ରାକ୍ଷସ ନିପାତ ଚକ୍ରାନ୍ତ ହୋଇଲା ଚନ୍ଦ୍ରଶେଖର ଜଳନ୍ଧର

ଦେବତା ଅସୁର ପ୍ରଚଣ୍ଡ ଗର୍ଜନ ହୋଇଲା ଯୁଦ୍ଧ ମହାଘୋର 

ଯେତେ କଳ,ବଳ,କଉଶଳ ସବୁ ଦେବତା କରନ୍ତି ବିଚାର

ପଣିଫୋଟକା ସମାନ କ୍ଷଣେ ହଜେ ହତ ନହେଲା ଜଳନ୍ଧର ।।


ତୁଳସୀ ସୁନ୍ଦରୀ ସତୀ ମହାମତୀ ପ୍ରଭାବେ ନମରେ ରାକ୍ଷସ

ତହୁଁ ଛଳେ ବିଷ୍ଣୁ ତୁଳସୀ ହରିଲେ ସେ ଧରି ଜଳନ୍ଧର ବେଶ 

ସତୀତ୍ଵ ହରାଇ ଦେବୀ କ୍ରୋଧ ବଶେ ବିଷ୍ଣୁଙ୍କୁ ଦେଲେ ଅଭିଶାପ

ପଥର ହୋଇଣ କଣ୍ଡୁକୀ ନଦୀରେ ଶିଳା ଶାଳଗ୍ରାମ ସ୍ଵରୂପ ।।


ପ୍ରେମରେ ଛଳନା ବଡ ବିଡମ୍ବନା ପରିଣାମ ଭୟାବହ

ସ୍ଵୟଂ ଭଗବାନ ପଥର ହୋଇଲେ ପ୍ରେମରେ ଛଳନା ଅସହ୍ୟ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance