STORYMIRROR

Samar Ballav Bhoi

Romance Tragedy Crime

3  

Samar Ballav Bhoi

Romance Tragedy Crime

ସେହି ଦିନର ପ୍ରତୀକ୍ଷା ପରେ

ସେହି ଦିନର ପ୍ରତୀକ୍ଷା ପରେ

1 min
225


ଯାହାକିଛି ଥିଲା ଏହି ଅନ୍ତରରେ

ବନ୍ଧା ହୋଇ, ସବୁଥିରୁ ଲିଭାଇବାକୁ

ପଡ଼ିଲା ବିଶ୍ବାସ ଓ ଆଶା

ସେହି ଦିନର ପ୍ରତୀକ୍ଷା ପରେ....!!

କ'ଣ ନଥିଲା ଏ ହୃଦୟେ ତୁମ ପାଇଁ....?

ଅବିଶ୍ବାସ ଦୁନିଆରେ ତୁମେ କି ବିଶ୍ବାସର 

ପାତ୍ର ହେବ ...? 

ଜାଣିଥିଲି ସେହି ଦିନର ପ୍ରତୀକ୍ଷା ପରେ...!!

ଅଜିତ ଏତକ, ପୁନଶ୍ଚ ଆସନ୍ତା ପାଇଁ

କ'ଣ ରହିବ ବିଶ୍ବାସ ହୋଇ ଚିରସ୍ଥାୟୀ..?

ଧିକ୍ ତୋର ଭାବନାର ଈଶ୍ୱର

ଯେଉଁ ଠାରେ ନାହିଁ ଦୃଢ ବିଶ୍ବାସର ଘର

ସେ କି ବଂଚିଵ ଏ ଦୁନିଆରେ ସଙ୍ଗ୍ରାମ କରି

ନିଜ ଇତିହାସ ପୃଷ୍ଠାରେ... ‌ 

ଧନ୍ୟ ତୋର ଭରସା ଓ ଦୃଢ଼ ବିଶ୍ୱାସ

କେମିତି କରିବି ପ୍ରଚାର

ଭାବି ମୁଁ ପାରେନା

ସେହି ଦିନର ପ୍ରତୀକ୍ଷା ପରେ...!!

ସତରେ ଏ କଣ ଥିଲା ମୋ ପାଇଁ....

ପ୍ରତୀକ୍ଷା ନା ପ୍ରତାରଣା ନା ଛଳନା

ବୁଝିଗଲି ମୁଁ

ସେହି ଦିନର ପ୍ରତୀକ୍ଷା ପରେ...!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance