STORYMIRROR

Samar Ballav Bhoi

Romance Action Crime

3  

Samar Ballav Bhoi

Romance Action Crime

ନା ସ୍ବପ୍ନ ନା ସମୟ

ନା ସ୍ବପ୍ନ ନା ସମୟ

1 min
169


ମୋ ପାଇଁ ଏଠି କିଛି ନାହିଁ

ନା ସ୍ବପ୍ନ ନା ସମୟ

ସମସ୍ତେ ସେହି ଅସରନ୍ତି ଭାବନାର

ଭିଡ ମଧ୍ୟରେ ହଜିଯାଇଛନ୍ତି........

ମୁଁ ଖାଲି ରହିଛି ଏକା ଏକା

ଅଦିନ ନିରାଶର କୁହୁଡି ମଧ୍ୟରେ।

ସ୍ବପ୍ନ ବି ମୋଠାରୁ ଦୁରେଇ ଗଲାଣି

ସମୟର ତାଡନାରେ........

କେହି ଏଠି କାହାକୁ ସହୟତାର

ଆଲୋକ ଦେଖାନ୍ତି ନାହିଁ..........

ସମସ୍ତେ ଖାଲି ସମୟର କରାଳ

ଅନ୍ଧକାର ମଧ୍ୟରେ ହଜି ଯିବାରେ ବ୍ୟସ୍ତ

ତାଙ୍କ ପାଇଁ ଜୀବନର ମାନେ ବି କିଛି ନାହିଁ

ଅସରନ୍ତି ଦୁନିଆରେ.......!!

ସେମାନେ ଦେଖନ୍ତି ଖାଲି ଅସରନ୍ତି

ସ୍ବପ୍ନ ଆଉ ସ୍ବପ୍ନ

ସମୟ ତାଙ୍କ ପାଇଁ ସାଜେ ସଜାଗ ପ୍ରହରୀ

ମୁଁ ଖୋଜେ ସେ ସ୍ବପ୍ନକୁ

ମୋ ନିଦ୍ରାର ପ୍ରତିଟି କଢ ଲେଉଟାରେ....!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance