STORYMIRROR

Pinku Ranbida

Crime

3  

Pinku Ranbida

Crime

ପରୀ(ଛୋଟ ଝିଁଅ)

ପରୀ(ଛୋଟ ଝିଁଅ)

1 min
253

ସରଗ୍ ରାଏଜୁ ଉତିରିଥିଲା ସେ ପରୀ

ମାଁ'ର୍ କୁଲେ ଜନମ୍ ନେଇଥିଲା ସୁନ୍ଦରୀ

କେତେ ଉସତ୍ ମନେ ହସି ଖେଲୁଥିଲା

ମିଠା ମିଠା କଥା କେତେ କହୁଥିଲା ।।


ନାଇଯାନିଥିଲା ଝିଁ ହେବାର୍'ଟା ଆଏରେ କାଲ୍

ପରୀର୍ ଜୀବନ୍ ଛୁଆଁ ଦିନେ ହେଇଯିବା ବେହାଲ୍

ଭାରତ୍ ଦେଶେ ଜନମ୍ ନେଇକରି

ଝଟ୍'କରି ପଲାସନ ଟୁକେଲ୍'ମାନେ ଜମ୍'ପୁରୀ ।।


ଧିକ୍'ଯାଉରେ ମୁନୁଷ୍ ବେସେ ସେ ରାକ୍ଷ୍ୟସ୍'କେ

ଭୁଲି ଯାଏସି ଛୋଟ୍'ବଡ୍ ଟୁକେଲ୍'କେ

ଦେହେର୍ ଟିକେ ସୁଖର୍ ଲାଗି

ଛିନାଛକା ସମିଆଁ'କେ ଥିସିଯୁଗି ।।


ମିଠା ମିଠା କେତେ କଥା କହୁଥିସି

ନାନୀ,ବହନିର୍ ଭାବର୍ ସମ୍ପକ୍ ବଢାସି

ଧଏନ୍ ଧଏନ୍ ସେ ମୁନୁଷ୍ ଜାତି

ସାପ୍'ଠାନୁ ଆହୁରିଭି ସେ ବିପତି ।।


ଛୋଟ୍'ଛୁଆଁ'ପରୀକେ ଭି ନାଇଁ ଛାଡବାର୍ ତୁଇଁ

ନିଜ୍'କୁ ନିଜେ ଭାଉଁ ମାର୍'ସୁ ତାହିଁ

ଲାଏଜ୍ ,ସରମ୍ ଟିକେ କର୍'ଲେ ହେଲେ

 ସବୁଠାନୁ ଯଦି ନିଜ୍'କୁ ବଡ୍ ଭାବ୍'ଲେ ।।


ଝନକର୍ ଲାଗି ଆଏଜ୍ ମୁନୁଷ୍ ଜାଏତ୍'କେ

କଲଙ୍କ୍ ଲାଗିଗଲାନ ସବୁ ମୁନୁଷ୍'ମାନ୍'କେ

ଯିଏ ଭି ଏନ୍ତା ଖରାପ୍ କାମ୍ କରୁଛେ 

ଫାସି ଦିଆହେଉ ଝଟ୍'କରି ତାହାକେ ।।


ବହନିର୍ ନଜର୍'ଥି ଦେଖରେ ସଭେ

ତମ୍'କୁ ସଭେ ମାନ୍ ସମ୍ମାନ ଦେବେ

ମୁନୁଷ୍ ଜାଏତ୍'କେ ବଦନାମ୍ ନାଇଁ କର

ଟିକେହେଲେଭି ମାହାପୁରୁକେ ଡର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime