STORYMIRROR

BHAGABANA NAIK

Tragedy Crime

4  

BHAGABANA NAIK

Tragedy Crime

ଭୋକିଲା ପେଟ

ଭୋକିଲା ପେଟ

1 min
216

ଭୋକିଲା ପେଟ


ଜୀର୍ଣ୍ଣଶୀର୍ଣ୍ଣ କଅଁଳିଆ ତନୁ

ଜଂଜାଳରେ ପାଦ ଦେବା ଦିନୁ

ପ୍ରାଣ ସଞ୍ଚରି ଉଠିଛି ଆଜି

ଶହେ ଦିନର କର୍ମ ଶୁଣୁ ଶୁଣୁ ।

ପଙ୍ଗୁ ସ୍ବାାମୀ ଅଙ୍କେ

ଶିଶୁପୁତ୍ରକୁ ଥୋଇ

ଏରୁୁୁଣ୍ଡିବନ୍ଧ ଡେଇଁ 'ରେବ'

କର୍ମ ଅନ୍ବେଷଣେ ଚାଲିଲା

ଭୋକିଲା ପେଟ ପାଇଁ ।

ଶିଶୁର ମୁନ୍ଦାଏ କ୍ଷୀର

ସ୍ବାମୀର ମୁଠାଏ ଅନ୍ନ

ମନର ଆବେଗ ଚାପି

ମିଳିଲା କର୍ମସଂସ୍ଥାନ।

ବୟସ କୋଡ଼ିଏ ଟପିନି

ଡଉଲ ଡାଉଲ ମୁହଁ

ଭାଗ୍ୟକୁ ନିନ୍ଦି 'ରେବ'

ଅନ୍ତରେ ଚାପିଲା କୋହ ।

ଉଚ୍ଚ ଶିକ୍ଷିତ 'ପାତ୍ର' ଜାଣି

ବାପା ଦେଇଥିଲେ ଝୁଅ

ଅକର୍ମଣ୍ୟ ହେଲା ଦିନୁ

ଚାରିକାନ୍ଥ କୋଣେ

ଝରାଏ ଲୁହ।

ରୂପ ଯଉବନେ ଲଗାଇଲା ନିଆଁ 

କଣ୍ଟ୍ରାକ୍ଟରର ଲୋଭୀ ଆଖି

ତା' ସାଥେ ମିଳିଲେ ଟାଉଟର ଯୋଡା 

ମୁନ୍'ସୀ ଆଉ ଚପରାସି। 

ହାଡଭଙ୍ଗା ପରିଶ୍ରମ 

ବେତନ ପାଏ ଅଧା

ଏପାଖେ ସ୍ବାମୀ ପୁତ୍ର 

ସେପାଖେ ଟଙ୍କା ଗଦା ଗଦା। 

ଧନ୍ୟବାଦ ଦେଲା ସ୍ରଷ୍ଟାଙ୍କୁ

ହୃଦୟେ ଜଗାଇ ବିଦ୍ରୋହର ଆହ୍ବାନ

'ଧନ୍ଯରେ ସ୍ରଷ୍ଟା ଧନ୍ଯ ତୋ ସୃଷ୍ଟ ଦୁନିଆ' 

ସବୁଠି ଯଦି ସଇତାନର ଆଖି

ଏ ପଥରୁ ମୁଁ ହଟିବି କିଆଁ।' 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy