STORYMIRROR

SAHITYA TARJUMAN

Romance Crime Thriller

4  

SAHITYA TARJUMAN

Romance Crime Thriller

ପରକୀୟା

ପରକୀୟା

1 min
167

ପ୍ରୀତି ହୁଏ ଥରେ, ବଦଳେ ନାହିଁ ସେ, 

ପରକୀୟା  ପ୍ରୀତି,   ଅବୈଧ  ସମ୍ବନ୍ଧ ।


ଅପରାଧ   ଅଟେ,   ନୈତିକ  ଦୃଷ୍ଟିରୁ, 

ଏଠି  ଖାଲି  ମିଳେ,  ବାସନାର ଗନ୍ଧ ।


ସାଲିସିକୁ କେବେ, ପ୍ରୀତି କୁହାଯାଏ ? 

ପ୍ରୀତି ହୁଏ ନାହିଁ, ହେଲେ ବି ନିର୍ବନ୍ଧ ।


ପ୍ରୀତି  ନୁହେଁ  ବିନା, ପ୍ରଗାଢ଼ ବିଶ୍ଵାସ, 

ଜାଣି ପାରୁ ନାହିଁ, କିଏ ସେ ନିର୍ବୋଧ ।


ବିଚିତ୍ର   ବିଚାର,  ବିଚିତ୍ର  ଏ  ନ୍ୟାୟ, 

ବିଶ୍ଵାସ   ବିନା  ବି,   ରହିବ   ସମ୍ବନ୍ଧ ।


ଭୁଷୁଡ଼ି    ପଡ଼ିବ    ସମାଜର    ଘର, 

ଥରେ  ଭାଙ୍ଗି  ଗଲେ  ସମ୍ପର୍କର  ବନ୍ଧ ।


ଆଧାର    ବିନା   କି   କରିବି  ବିତର୍କ,

କାଗଜ   ବିନା   କି   ଲେଖୁବି  ପ୍ରବନ୍ଧ ।

କବି ଇନାୟତ ଅଲୀ, ବାଲେଶ୍ବର।





विषय का मूल्यांकन करें
लॉग इन

Similar oriya poem from Romance